ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ସହ ଜଡିତ ସୁଟରକୁ ଏନକାଉଣ୍ଟର

ଗ୍ୟାଙ୍ଗଷ୍ଟାର ରୋଧୀ କର୍ଯ୍ୟବଳ ସହ ଅମୃତସରରେ ପଞ୍ଜାବ ପୁଲିସର ସଂଘର୍ଷ ଭକନା ଗାଁରେ ଜାରି ରହିଛି….

ପଞ୍ଜାବ: ପଞ୍ଜାବରେ ଅମୃତସର ପୁଲିସ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ସୁଟରକୁ ଏନକାଉଣ୍ଟର କରିଛି । ପଞ୍ଜାବ ପୁଲିସର ଅପରେସନ ଏବେ ବି ଜାରି ରହିଛି । ପୁଲିସ ମୁତାବକ, ଅନ୍ୟଜଣେ ସୁଟର ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ନେଇ ଆଶଙ୍କା କରାଯାଉଛି । ଗ୍ୟାଙ୍ଗଷ୍ଟାର ରୋଧୀ କର୍ଯ୍ୟବଳ ସହ ଅମୃତସରରେ ପଞ୍ଜାବ ପୁଲିସର ସଂଘର୍ଷ ଭକନା ଗାଁରେ ଜାରି ରହିଛି । ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲାଙ୍କୁ ମାନସା ଗାଁରେ ମେ’ ୨୯ରେ କିଛି ଲୋକ ଗୁଳି ମାରି ହତ୍ୟା କରିଥିଲେ ।