ନୂଆଦିଲ୍ଲୀ : ଆଜି ଅର୍ଥ ଅବଜର୍ଭେସନ ସାଟେଲାଇଟ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ EOS-01 ସାଟେଲାଇଟ ଉତକ୍ଷେପଣ କରିଛି ଇସ୍ରୋ । PSLV-C49 ରକେଟ ଯୋଗେ ଇସ୍ରୋ ଏହି ସାଟେଲାଇଟ୍ ପଠାଇଛି । ତେବେ କୃଷି ଓ ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ ତଥ୍ୟ ଯୋଗାଇବ ଏହି ସାଟେଲାଇଟ । EOS-01 ସହ ଅନ୍ୟ ଦେଶର ୯ଟି ସାଟେଲାଇଟ୍ ପଠାଯାଇଛି । ଏହା ସାଟେଲାଇଟ ଯାନ PSLV-C49ର ୫୧ତମ ଅଭିଯାନ ।