ୟୁକ୍ରେନ ପିଠି ଥାପୁଡ଼ାଇଲା ୟୁରୋପ

ଟ୍ରମ୍ପଙ୍କ ନିକଟରୁ ଅପମାନିତ ହୋଇ ଫେରିବା ପରେ ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନକୁ ଆଶ୍ୱାସନା ବାଣୀ ଶୁଣାଇଛନ୍ତି । ‘ନିଜକୁ କେବେ ଏକୁଟିଆ ଭାବନା କି ହତାଶ ହୁଅନା । ଆମେ ତମ ସହିତ ଅଛୁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଏଭଳି ସାନ୍ତ୍ୱନା ପ୍ରଦାନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ।

ମାକ୍ରୋନ୍‌ କହିଛନ୍ତି, ଫ୍ରାନ୍‌ସ ସବୁବେଳେ ୟୁକ୍ରେନକୁ ସମର୍ଥନ କରୁଛି, କରିବ । ୟୁକ୍ରେନ ତା’ର ହକ୍‌ ଓ ସମ୍ମାନ ଫେରି ପାଇବାକୁ ରୁଷିଆ ସହିତ ଲଢୁଛି । ସ୍ପେନ୍‌ ଓ ପୋଲାଣ୍ଡ ମଧ୍ୟ ୟୁକ୍ରେନକୁ ସମର୍ଥନ ଜଣାଇଛନ୍ତି । ଜର୍ମାନ୍‌ ଚାନ୍ସସେଲର ଓଲାଫ୍‌ ସ୍କୁଜ କହିଛନ୍ତି ଯେ ଜର୍ମାନୀ ଓ ୟୁରୋପ ଉପରେ ୟୁକ୍ରେନ ବିଶ୍ୱାସ ରଖୁ । ରୁଷିଆକୁ ଆକ୍ରମଣକାରୀ କହି ୟୁକ୍ରେନକୁ ପୀଡ଼ିତ ଭାବେ ଦର୍ଶାଇଛନ୍ତି ମାକ୍ରୋନ । ଜେଲେନ୍‌ସ୍କିଙ୍କୁ ଘରକୁ ଡାକି ଅପମାନିତ କରି ଟ୍ରମ୍ପ ଆଦୌ ଠିକ୍‌ ହୋଇନି ବୋଲି କହିଛନ୍ତି ମାକ୍ରୋନ୍‌ ।