ଅରୁଣାଚଳ ପ୍ରଦେଶରେ ଗ୍ରୀନଫିଲ୍ଡ ବିମାନବନ୍ଦର ‘ଡୋନି ପୋଲୋ’ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

ଜ୍ୟପାଳ ଶ୍ରୀ ବିଡି ମିଶ୍ରା ଜୀ, ଏଠିକାର ଲୋକପ୍ରିୟ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଂଡୁ, କ୍ୟାବିନେଟର ମୋର ସାଥୀ…

ଜ୍ୟପାଳ ଶ୍ରୀ ବିଡି ମିଶ୍ରା ଜୀ, ଏଠିକାର ଲୋକପ୍ରିୟ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଂଡୁ, କ୍ୟାବିନେଟର ମୋର ସାଥୀ କିରଣ ରିଜିଜୁ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଚୌନା ମୀନା ଜୀ, ସମ୍ମାନିତ ସାଂସଦଗଣ, ବିଧାୟକଗଣ, ମେୟର, ଅନ୍ୟ ସମସ୍ତ ମହାନୁଭବ ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!

ବହୁତ ଥର ମୋର ଅରୁଣାଚଳ ଆସିବା ହୋଇଛି । ଯେତେବେଳେ ମଧ୍ୟ ଆସିଥାଏ ଏକ ନୂତନ ଶକ୍ତି, ନୂତନ ଉନ୍ମାଦନ, ନୂତନ ଉନ୍ମାଦନା ନେଇ ଯାଇଥାଏ କିନ୍ତୁ ମୋତେ ଏହା କହିବାକୁ ଅଛି ଯେ ମୁଁ ଏତେଥର ଅରୁଣାଚଳ ଆସିଛି, ବୋଧହୁଏ ଗଣିଲେ ତାହା ମଧ୍ୟ କିଛି ଭୁଲ ହୋଇଯିବ, ଏତେ ଥର ଆସିଛି କିନ୍ତୁ ଏତେବଡ଼ କାର୍ଯ୍ୟକ୍ରମ ପ୍ରଥମ ଥର ଦେଖିଲି ଏବଂ ତାହା ମଧ୍ୟ ସକାଳ ୯.୩ଠ ମିନିଟରେ । ଅରୁଣାଚଳକୁ ପାହାଡରୁ ଲୋକମାନଙ୍କ ଆସିବା, ଏହାର ଅର୍ଥ ଏହା ହେଲା ଯେ ବିକାଶର କାର୍ଯ୍ୟର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ରହିଛି, ଏହା ଦର୍ଶାଉଛି ଏବଂ ଏଥିପାଇଁ ଆପଣ ଏତେ ବହୁ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି ।

ଭାଇ-ଭଉଣୀମାନେ,

ଅରୁଣାଚଳର ଲୋକମାନଙ୍କୁ, ଅରୁଣାଚଳର ଲୋକମାନଙ୍କର ଆତ୍ମୀୟତା କେବେ ମଧ୍ୟ ଅରୁଣାଚଳର ଲୋକମାନଙ୍କୁ ଦେଖନ୍ତୁ, ସେମାନେ ସବୁବେଳେ ହସୁଥାନ୍ତି । ମୁଖମଣ୍ଡଳ ହସ ହସ ରହିଥାଏ । କେବେ ଉଦାସୀନତା, ନିରାଶା ଅନୁଶାସନ । ମୋତେ ଲାଗୁଛି ଯେ ସୀମାରେ ଅନୁଶାସନ କ’ଣ ହୋଇଥାଏ । ଏହା ମୋର ଅରୁଣାଚଳର ପ୍ରତ୍ୟେକଙ୍କ ଘରେ, ପ୍ରତ୍ୟେକ ପରିବାରରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳିଥାଏ ।

ଆମର ମୁଖ୍ୟମନ୍ତ୍ରୀ ପେମା ଜୀଙ୍କ ନେତୃତ୍ୱରେ ଏହି ଡବଲ ଇଞ୍ଜିନର ସରକାରଙ୍କ ପରିଶ୍ରମ, ବିକାଶ ପାଇଁ ପ୍ରତିବଦ୍ଧତା, ତାହା ଆଜି ଅରୁଣାଚଳକୁ ଏହି ଶିଖରକୁ ପହଂଚାଇଛି । ମୁଁ ପେମା ଜୀ ଏବଂ ତାଙ୍କର ପୁରା ଦଳକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଆପଣଙ୍କୁ ମନେଥିବ, ଏବଂ ବର୍ତ୍ତମାନ ପେମା ଜୀ ଉଲ୍ଲେଖ କଲେ ଯେ ଫେବ୍ରୁଆରୀ ୨୦୧୯ରେେ ଏହି ବିମାନବଂଦରର ଶିଳାନ୍ୟାସ ହୋଇଥିଲା ଏବଂ ଏହି ସୌଭାଗ୍ୟ ମୋତେ ମିଳିଥିଲା । ଏବଂ ଆପଣ ତ ଜାଣିଛନ୍ତି, ଆମେ ଏମିତି ଏକ କାମ କରିବାର କଲଚର ଆଣିଛୁ, ଯାହାର ଶିଳାନ୍ୟାସ ଆମେ କରିଥାଉ, ଉଦଘାଟନ ମଧ୍ୟ ଆମେ କରିଥାଉ । ଅଟକାଇବା, ଝୁଲାଇବା, ପଥଭ୍ରଷ୍ଟ କରିବା, ସେ ସମୟ ଚାଲିଗଲା । କିନ୍ତୁ ମୁଁ ଆହୁରି କହିବାକୁ ଚାହୁଁଛି, ୨୦୧୯ ଫେବ୍ରୁଆରୀରେ ମୁଁ ଏହାର ଶିଳାନ୍ୟାସ କରିଥିଲି । ବର୍ତ୍ତମାନ ୨୦୧୯ ମେ’ ମାସରେ ନିର୍ବାଚନ ଆସିବାର ଥିଲା । ଏମିତି ଯେତେ ରାଜନୈତିକ ସମୀକ୍ଷକମାନେ ଅଛନ୍ତି, ଯେଉଁମାନଙ୍କ ପୁରୁଣାକାଳିଆ ଚଷମା ଟଙ୍ଗା ହୋଇଛି, ଏହି ଲୋକମାନେ ଚିଲେଇବା ଆରମ୍ଭ କରି ଦେଇଛନ୍ତି, ଲେଖିବା ଆରମ୍ଭ କରିଦେଇଛନ୍ତି, କହିବା ଆରମ୍ଭ କରି ଦେଇଛନ୍ତି, ଏୟାରପୋର୍ଟ-ୱେୟାରପୋର୍ଟ କିଛି ହେବାର ନାହିଁ, ଏଇଟା ତ ନିର୍ବାଚନ ଏଥିପାଇଁ ମୋଦୀ ଏଠାରେ ଶିଳାନ୍ୟାସ କରିବାକୁ ଆସିଯାଉଛି । ଏବଂ ଏଠାରେ ହେଉନାହିଁ, ପ୍ରତ୍ୟେକ ଜିନିଷରେ, ପ୍ରତ୍ୟେକରେ ତାଙ୍କୁ ନିର୍ବାଚନ ନଜର ଆସିଥାଏ । ପ୍ରତ୍ୟେକ ଜିନିଷ ଭିତରେ କୌଣସି ଭଲ କାମକୁ ମଧ୍ୟ ନର୍ବାଚନ ରଙ୍ଗରେ ରଙ୍ଗେଇବାର ଫ୍ୟାସନ ଆସିଯାଇଛି ।

ଏହି ସମସ୍ତ ଲୋକମାନଙ୍କୁ ଆଜି ଏଠାରେ ବିମାନବନ୍ଦରର ଉଦଘାଟନ ଏହା ଉପଯୁକ୍ତ ଉତ୍ତର ଅଟେ, ସେମାନଙ୍କ ମୁହଁରେ ଚାପୁଡ଼ା ଏବଂ ମୋର ଏହି ରାଜନୈତିକ ସମୀକ୍ଷକମାନଙ୍କୁ ଅନୁରୋଧ କରୁଚି, ହାତ ଯୋଡ଼ି ପ୍ରାର୍ଥନା କରୁଛି ଯେ ଭାଇ ବର୍ତ୍ତମାନ ପୁରୁଣା, ଦର୍ଶନକୁ ହଟାଇବାକୁ, ଏହି ଦେଶ ନୂଆ ଉମଙ୍ଗ ଏବଂ ଉତ୍ସାହ ସହିତ ଆଗେଇ ଚାଲିଛି, ରାଜନୀତିର ତରାଜୁରେ ଓଜନ କରିବା ବନ୍ଦ କରିଦିଅନ୍ତୁ । ଯେଉଁ ସମୀକ୍ଷକମାନେ ଏହାକୁ ନିର୍ବାଚନ ଘୋଷଣା କରୁଥିଲେ, ଆଜି ତିନି ବର୍ଷ ମଧ୍ୟରେ ଏହି ଆଧୁନିକ ଭବ୍ୟ ସ୍ୱରୂପରେ ଆକାର ନେଇ ଆମର ବିମାନବନ୍ଦରକୁ ଦେଖୁଛନ୍ତି ଏବଂ ଏହା ମୋର ସୌଭାଗ୍ୟ ଅଟେ ଯେ ମୋତେ ଆପଣଙ୍କ ଉପସ୍ଥିତିରେ, ଲକ୍ଷ ଲକ୍ଷ ଲୋକମାନଙ୍କ ସାକ୍ଷୀରେ ସମଗ୍ର ଅରୁଣାଚଳ ଆଜି ଅନଲାଇନ ଯୋଡ଼ି ହୋଇଛି, ସମଗ୍ର ଅରୁଣାଚନ ଯୋଡ଼ି ହୋଇଛି । ଏହା ମଧ୍ୟ ଏକ ବଡ଼ ଗର୍ବର କଥା ଅଟେ ।

ଆଜି ଏଠାରେ ବର୍ତ୍ତମାନ କୌଣସି ନିର୍ବାଚନ ନାହିଁ, ନା କୌଣସି ନିର୍ବାଚନ ଆସିବାର ଅଛି । ତା’ପରେ ମଧ୍ୟ ହେଉଛି, କାରଣ ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ତାଙ୍କର ପ୍ରାଥମିକତା ଦେଶର ବିକାଶ ଅଟେ, ଦେଶର ଲୋକମାନଙ୍କର ବିକାଶ ଅଟେ, ବର୍ଷରେ ୩୬୫ ଦିନ, ଚବିଶ ଘଣ୍ଟା, ଆମେ ଦେଶର ବିକାଶ ପାଇଁ କାମ କରୁଛୁ । ଏବଂ ଆପଣ ଦେଖନ୍ତୁ, ବର୍ତ୍ତମାନ ଯେଉଁଠି ସୂର୍ଯ୍ୟ ଉଦୟ ହୁଅନ୍ତି, ସେହି ଅରୁଣାଚଳରେ ମୁଁ ଅଛି ଏବଂ ସନ୍ଧ୍ୟାରେ ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି, ମୁଁ ଯାଇ ଦାମନରେ ଅବତରଣ କରିବି ଏବଂ ମଝିରେ ମୁଁ କାଶଈ ଯିବି । ଏହି କଠିନ ପରିଶ୍ରମ କେବଳ ଗୋଟିଏ ସ୍ୱପ୍ନ ସହିତ ଚାଲିଛି, ଆମେ ହୃଦୟର ସହିତ କାର୍ଯ୍ୟ କରୁଛୁ, ମୋ ଦେଶ ଆଗକୁ ବଢ଼ିବା ଉଚିତ । ଆମେ ନିର୍ବାଚନରେ ଲାଭ କ୍ଷତି ଆଗରେ ରଖି କାମ କରୁନାହୁଁ । ନା ଆମେ ନିର୍ବାଚନରେ ଲାଭ ପାଇବା ପାଇଁ ଛୋଟ ଛୋଟ ଉଦେଶ୍ୟ ଦ୍ୱାରା କାମ କରୁଥିବା ଲୋକ ନୁହେଁ, ଆମର ସ୍ୱପ୍ନ କେବଳ ଏବଂ କେବଳ ମୁଁ ଭାରତୀୟ ଅଟନ୍ତି, ଭାରତ ଅଟେ, ୧୩୦ କୋଟି ନାଗରିକ ଅଟନ୍ତି ।

ଆଜି ଏହି ବିମାନବନ୍ଦର ସହିତ ୬ଠଠ ମେଗାୱାଟର ଆଗାମୀ ହାଇଡ୍ରୋ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି । ଏହା ମଧ୍ୟ ଏକାନ୍ତ ନିଜସ୍ୱ ଏକ ବହୁତ ବଡ଼ ଉପଲବ୍ଧି ଅଟେ । ବିକାଶର ଉଡ଼ାନ ଏବଂ ବିକାଶ ପାଇଁ ଶକ୍ତିର ଏହି ମିଶ୍ରଣ ଅରୁଣାଚଳକୁ ଏକ ନୂନତ ଗତିରେ ନୂତନ ଶିଖରକୁ ନେଇଯିବ । ମୁଁ ଏହି ଉପଲବ୍ଧି ପାଇଁ ଅରୁଣାଚଳର ମୋର ପ୍ରିୟ ଭାଇ-ଭଉଣୀମାନଙ୍କୁ, ଉତ୍ତର-ପୂର୍ବର ରାଜ୍ୟର ଭାଇ-ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ସ୍ୱାଧୀନତା ପରେ ଉତ୍ତର-ପୂର୍ବ ଏକଦମ ଅଲଗା ପ୍ରକାରର ସମୟର ସାକ୍ଷୀ ରହିଆସିଛି । ଦଶନ୍ଧି ପର୍ଯ୍ୟନ୍ତ ଏହି କ୍ଷେତ୍ର ଉପେକ୍ଷା ଏବଂ ଉଦାସୀନତାର ଶିକାର ହୋଇଆସିଛି । ସେତେବେଳେ ଦିଲ୍ଲୀରେ ବସି ପଲିସି ତିଆରି କରିବା ଲୋକଙ୍କୁ କେବଳ ଏତିକି ଆବଶ୍ୟକ ଥିଲା ଯେ କୌଣସି ଭାବରେ ଏଠାରେ ନିର୍ବାଚନ ଜିତିଯାଉ । ଆପଣ ଜାଣିଛନ୍ତି ଏହି ସ୍ଥିତି ବହୁ ଦଶନ୍ଧି ପର୍ଯ୍ୟନ୍ତ ଚାଲିଥିଲା । ଯେତେବେଳେ ଅଟଳ ଜୀଙ୍କର ସରକାର ହେଲା, ତା’ପରେ ପ୍ରଥମ ଥର ଏହାକୁ ବଦଳାଇବାକୁ ପ୍ରୟାସ କରାଗଲା । ସେ ପ୍ରଥମ ସରକାର ଥିଲା, ଯେଉଁମାନେ ଉତ୍ତର-ପୂର୍ବର ବିକାଶ ପାଇଁ ଅଲଗା ମନ୍ତ୍ରଣାଳୟ ତିଆରି ହେଲା ।

କିନ୍ତୁ ତାଙ୍କ ପରେ ଆସିଥିବା ସରକାର ସେହି ଗତିକୁ ଆଗକୁ ବଢ଼ାଇଲେ ନାହିଁ । ଏହାପରେ ପରିବର୍ତ୍ତନର ନୂଆ ପର୍ଯ୍ୟାୟ ୨୦୧୪ ପରେ ଆରମ୍ଭ ହେଲା, ଯେତେବେଳେ ଆପଣ ମୋତେ ସେବା କରିବାର ଅବସର ଦେଲି । ପୂର୍ବ ସରକାର ଚିନ୍ତା କରୁଥିଲେ ଯେ ଅରୁଣାଚଳ ପ୍ରଦେଶ ଏତେ ଦୂର, ଉତ୍ତର ବହୁତ ଦୂରରେ, ଦୂର-ସୁଦୂର ସୀମାରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରଥମେ ଶେଷ ଗାଁ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଆମ ସରକାର ତାଙ୍କୁ ଶେଷ ଗାଁ ନୁହେଁ, ବରଂ ଦେଶର ପ୍ରଥମ ଗ୍ରାମ ବୋଲି ବିଚାର କରିବାର କାର୍ଯ୍ୟ କରିଛନ୍ତି । ଫଳସ୍ୱରୂପ, ଉତ୍ତର-ପୂର୍ବର ବିକାଶ ଦେଶର ପ୍ରାଥମିକତା ହେଲା ।

ବର୍ତ୍ତମାନ ସେ ସଂସ୍କୃତି ହେଉ କିମ୍ବା କୃଷି, ବାଣିଜ୍ୟ କିମ୍ବା ସଂଯୋଗ ଉତ୍ତର-ପୂର୍ବକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବ, ଶେଷ ନୁହେଁ । ବାଣିଜ୍ୟ ହେଉ କିମ୍ବା ପର୍ଯ୍ୟଟନ, ଟେଲିକମ କିମ୍ବା ବସ୍ତ୍ର ହେଉ- ଉତ୍ତର-ପୂର୍ବ ଶେଷ ନୁହେଁ ବରଂ ସର୍ବୋଚ୍ଚ ପ୍ରାଥମିକତା ପାଇଥାଏ । ଡ୍ରୋନ ଟେକ୍ନୋଲୋଜି ଠାରୁ ଆରମ୍ଭ କରି କୃଷି ବିଜ୍ଞାନ, ବିମାନବନ୍ଦର ଠାରୁ ବନ୍ଦର ସଂଯୋଗ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ବର୍ତ୍ତମାନ ଦେଶର ପ୍ରାଥମିକତା ଅଟେ ।

ଭାରତର ଦୀର୍ଘତମ ସେତୁ ହେଉ କିମ୍ବା ଦୀର୍ଘତମ ରେଳ ବ୍ରିଜ ହେଉ, ରେଳ ଲାଇନ ସ୍ଥାପନ କିମ୍ବା ରେକର୍ଡ ବେଗରେ ରାଜପଥ ନିର୍ମାଣ ହେଉ- ଉତ୍ତର-ପୂର୍ବ ଦେଶ ପାଇଁ ପ୍ରଥମ ଅଟେ । ଏହାର ଫଳସ୍ୱରୂପ, ଆଜି ଉତ୍ତର-ପୂର୍ବରେ ଏକ ନୂତନ ଆଶା ଏବଂ ସୁଯୋଗର ଯୁଗ ଆରମ୍ଭ ହୋଇଛି । ଏକ ନୂତନ ଯୁଗ ଆରମ୍ଭ ହୋଇଛି ।

ଆଜିର ଏହି ଆୟୋଜନ, ନୂତନ ଭାରତର ଏହି ଆଭିମୁଖ୍ୟର ଏକ ଉତ୍ତମ ଉଦାହରଣ ଅଟେ । ଡୋନୀ-ପୋଲୋ ବିମାନବନ୍ଦର ହେଉଛି ଅରୁଣାଚଳ ପ୍ରଦେଶର ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର । ସ୍ୱାଧୀନତା ପରଠାରୁ ସାତ ଦଶନ୍ଧି ମଧ୍ୟରେ, ସମଗ୍ର ଉତ୍ତର ପୂର୍ବରେ କେବଳ ୯ଟି ବିମାନବନ୍ଦର ଥିଲା । ଆମ ସରକାର ମାତ୍ର ଆଠ ବର୍ଷ ମଧ୍ୟରେ ସାତୋଟି ନୂଆ ବିମାନବନ୍ଦର ନିର୍ମାଣ କରିଛନ୍ତି । ଏଠାରେ ଏପରି ଅନେକ କ୍ଷେତ୍ର ଅଛି, ଯାହା ସ୍ୱାଧୀନତାର ୭୫ ବର୍ଷ ପରେ ବର୍ତ୍ତମାନ ବାୟୁ ସଯୋଗ ସହିତ ସଂଯୁକ୍ତ ହୋଇଛି ଏହି କାରଣରୁ । ବର୍ତ୍ତମାନ ଉତ୍ତର ପୂର୍ବକୁ ଯିବା ଆସିବା କରିବାରେ ବିମାନ ଉଡ଼ାଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

ସାଥୀମାନେ,

ଇଟାନଗରର ଏହି ଡୋନି-ପୋଲେ ବିମାନବନ୍ଦର ମଧ୍ୟ ଅରୁଣାଚଳ ପ୍ରଦେଶର ଅତୀତ ଏବଂ ସଂସ୍କୃତିର ସାକ୍ଷୀ ରହିଛି। ଏବଂ ମୋତେ କୁହାଗଲା, ପେମା ଜୀ କହୁଥିଲେ ଯେ ଡୋନ ଅର୍ଥ ସୂର୍ଯ୍ୟ ଏବଂ ପୋଲୋ, ଚନ୍ଦ୍ରମାକୁ କହନ୍ତି । ଏବଂ ମୁଁ ଅରୁଣାଚଳର ଡୋନି-ପୋଲୋ ସଂସ୍କୃତିରେ ବିକାଶ ପାଇଁ ଏକ ଶିକ୍ଷା ମଧ୍ୟ ଦେଖୁଛି । ଆଲୋକ ସମାନ, କିନ୍ତୁ ସୂର୍ଯ୍ୟର ଆଲୋକ ଏବଂ ଚନ୍ଦ୍ରର ଶୀତଳତା, ଉଭୟଙ୍କର ନିଜର ଗୁରୁତ୍ୱ, ନିଜର ଶକ୍ତି ଅଛି । ସେହିଭଳି ଯେତେବେଳେ ଆମେ ବିକାଶ ବିଷୟରେ କଥାବାର୍ତ୍ତାକରୁ, ଏହା ବଡ଼ ପ୍ରକଳ୍ପ ହେଉ କିମ୍ବା ଗରୀବ ଲୋକଙ୍କ ପାଖରେ ପହଂଚିଥିବା ଜନକଲ୍ୟାଣ ଯୋଜନା, ଉଭୟ ବିକାଶର ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ।

ଆଜି ବିମାନବନ୍ଦ ପରି ବୃହତ ଭିତ୍ତିଭୂମିକୁ ଯେତିକି ଗୁରୁତ୍ୱ ଦିଆଯାଉଛି, ଗରୀବଙ୍କ ସେବା ଏବଂ ସେମାନଙ୍କର ସ୍ୱପ୍ନକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି । ଯଦି ଆମେ ଆଜି ଏକ ବିମାନବନ୍ଦର ନିର୍ମାଣ କରାଯାଏ, ତେବେ ସାଧାରଣ ଲୋକ କିପରି ଏହାର ଲାଭ ପାଇବେ ତାହା ଦେଖିବା ପାଇଁ ବିମାନ ଯୋଜନାରେ ମଧ୍ୟ କାର୍ଯ୍ୟ କରାଯାଇଥାଏ । ବିମାନ ସେବା ଆରମ୍ଭ ହେବାପରେ, ପର୍ଯ୍ୟଟକଙ୍କ ସଂଖ୍ୟ କିପରି ବଢ଼ିବ, କେମିତି ତାହାର ଲାଭ ଛୋଟ ବ୍ୟବସାୟୀଙ୍କୁ, ଦୋକାନୀମାନଙ୍କୁ, ଟ୍ୟାକ୍ସି ଡ୍ରାଇଭରମାନଙ୍କୁ କିପରି ମିଳିବ, ସେଥିପାଇଁ ଆମେ କାର୍ଯ୍ୟ କରିଥାଉ ।

ସାଥୀମାନେ,

ଆଜି ଅରୁଣାଚଳ ପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସଡ଼କ ଏବଂ ରାଜପଥ ସବୁଠାରୁ ଅପ୍ରତ୍ୟାଶିତ ଉଚ୍ଚତାରେ ନିର୍ମାଣ କରାଯାଉଛି । ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରାୟ ୫ଠ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ଯାଉଛନ୍ତି । ଯେତେବେଳେ ଏତେ ବହୁମାତ୍ରାରେ ଭିତ୍ତିଭୂମି ହେବ, ସେତେବେଳେ ବହୁ ସଂଖ୍ୟକ ପର୍ଯ୍ୟଟକ ମଧ୍ୟ ଆସିବେ । ଅରୁଣାଚଳର ପ୍ରତ୍ୟେକ କୋଣରେ ପ୍ରକୃତି ଏତେ ସୌନ୍ଦର୍ଯ୍ୟ ଭରିଦେଇଛି । ପ୍ରତ୍ୟେକ ଗାଁରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ଘର ରହିବା ଏବଂ ସ୍ଥାନୀୟ ଉତ୍ପାଦ ମାଧ୍ୟମରେ ପ୍ରତ୍ୟେକ ପରିବାରଙ୍କର ଆୟ ବୃଦ୍ଧି ହୋଇପାରିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମର ପହଂଚିବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ । ସେଥିପାଇଁ ଆଜି ଅରୁଣାଚଳ ପ୍ରଦେଶର ୮୫ ପ୍ରତିଶତରୁ ଅଧିକ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇସାରିଛି ।

ସାଥୀମାନେ,

ବିମାନବନ୍ଦର ଏବଂ ଉନ୍ନତ ଭିତ୍ତିଭୂମି ନିର୍ବାଣ ହେବା ପରେ ଅରୁଣାଚଳରେ କାର୍ଗୋ ସୁବିଧା ପାଇଁ ଏକ ବଡ଼ ସମ୍ଭାବନା ଅଛି । ଏହା ସହିତ, ଏଠାରେ ଥିବା କୃଷକମାନେ ଅରୁଣାଚଳ ବାହାରେ ବଡ଼ ବଜାରରେ ସେମାନଙ୍କର ଉତ୍ପାଦକୁ ସହଜରେ ବିକ୍ରୟ କରିବାକୁ ସକ୍ଷମ ହେବ । ସେମାନଙ୍କୁ ଆଜିର ତୁଳନାରେ ଅନେକ ଗୁଣ ଅଧିକ ଟଙ୍କା ମିଳିବ । ଅରୁଣାଚଳର କୃଷକମାନେ ମଧ୍ୟ ପିଏମ କିସାନ ସମ୍ମାନ ନିଧିର ମଧ୍ୟ ବିପୁଳ ଲାଭ ମିଳୁଛି ।

ସାଥୀମାନେ,

ଆମ ସରକାର ଉତ୍ତର ପୂର୍ବ ପାଇଁ କିପରି କାର୍ଯ୍ୟ କରୁଛନ୍ତି, ତାହାର ଏକ ଉଦାହରଣ ବାଉଁଶ ଚାଷ ମଧ୍ୟ ଅଟେ । ବାଉଁଶ ଏଠିକାର ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଆଜି ବାଉଁଶ ଦ୍ରବ୍ୟ ସମଗ୍ର ଦେଶ ତଥା ବିଶ୍ୱରେ ଲୋକପ୍ରିୟ ହେଉଛି କିନ୍ତୁ ବ୍ରିଟିଶ ଶାସନ କାଳରୁ, ବାଉଁଶ କାଟିବା ଉପରେ ଏପରି ଆଇନଗତ ପ୍ରତିବନ୍ଧକ ରହିଥିଲା ଯେ ଏହା ଆମ ଆଦିବାସୀ ଭାଇ ଓ ଭଉଣୀ, ଆମର ଉତ୍ତର-ପୂର୍ବ ଅଞ୍ଚଳର ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରିଥିଲା । ତେଣୁ ଆମେ ସେହି ନିୟମକୁ ପରିବର୍ତ୍ତନ କରିଛୁ, ବର୍ତ୍ତମାନ ଆପଣ ବାଉଁଶ ଲଗାଇପାରିବେ, ବାଉଁଶ କାଟିପାରିବେ, ବାଉଁଶ ବିକ୍ରି କରିପାରିବେ, ବାଉଁଶର ମୂଲ୍ୟ ଯୋଡ଼ିପାରିବେ ଏବଂ ଖୋଲା ବଜାରକୁ ଯାଇ ବ୍ୟବସାୟ କରିପାରିବେ । ଯେମିତି ଆମେ ଫସଲ ଲଗାଇଥାଉ, ସେମିତି ଆମେ ବେମ୍ବୁ ମଧ୍ୟ ଚିହ୍ନଟ କରିପାରିବା ।

ଭାଇ ଓ ଭଉଣମାନେ,

ଗରିବମାନେ ଜୀବନର ମୌଳିକ ଚିନ୍ତାଧାରାରୁ ମୁକ୍ତି ପାଇବା ମାତ୍ରେ ସେ ନିଜ ସହିତ ଦେଶର ବିକାଶ ପାଇଁ ମଧ୍ୟ ନୂତନ ବର୍ଗ ସୃଷ୍ଟି କରିବ । ଆରମ୍ଭ କରନ୍ତି । ସେଥିପାଇଁ, ଆଜି ଗରିବରୁ ଅତି ଗରିବ ବ୍ୟକ୍ତି ଅବହେଳା ଏବଂ ଦୁଃଖରୁ ବାହାରି ଆସନ୍ତି, ତାଙ୍କୁ ଏକ ସମ୍ମାନଜନକ ଜୀବନ ମିଳୁ, ଏହା ଦେଶର ପ୍ରାଥମିକତା ଅଟେ । ପୂର୍ବରୁ କୁହାଯାଉଥିଲା ଯେ ପାହାଡ଼ରେ ଶିକ୍ଷା ଏବଂ ସୁବିଧା ସବୁବେଳେ ଏକ ସମସ୍ୟା ହୋଇଥାଏ । କିନ୍ତୁ ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସହିତ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ମୂଲ୍ୟର ମାଗଣା ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ପକ୍କା ଘର ଦିଆଯାଉଛି । ବିଶେଷକରି ଆଦିବାସୀ ଅଞ୍ଚଳରେ କେନ୍ଦ୍ର ସରକାର ୫ଠଠ କୋଟି ଟଙ୍କା ଖର୍ଚ୍ଚ କରି ଏକଲବ୍ୟ ମଡେଲ ସ୍କୁଲ ଖୋଲୁଛନ୍ତି, ଯାହାଫଳରେ କୌଣସି ଆଦିବାସୀ ପିଲା ପାଠ ପଢ଼ିଲେ ପଛରେ ରହି ନ ଯାଆନ୍ତୁ ।

ଯେଉଁ ଯୁବକ କୌଣସି କାରଣବଶତଃ ହିଂସାର ରାସ୍ତାରେ ଚାଲିଯାଇଛି, ତାଙ୍କୁ ଏକ ପୃଥକ ନୀତି ମାଧ୍ୟମରେ ମୁଖ୍ୟ ସ୍ରୋତରେ ଆଣିବାକୁ ପ୍ରୟାସ କରାଯାଉଛି । ସେମାନଙ୍କ ପାଇଁ ଏକ ପୃଥକ ପାଣ୍ଠି ମଧ୍ୟ ସୃଷ୍ଟି କରଯାଇଛି । ଷ୍ଟାର୍ଟଅପ ଇଣ୍ଡିଆର ଶକ୍ତିରେ ଯୋଗଦେବା ପାଇଁ ଅରୁଣାଚଳ ପ୍ରଦେଶ ମଧ୍ୟ ଅରୁଣାଚଳ ଷ୍ଟାର୍ଟଅପ୍ ପଲିସି ମାଧ୍ୟମରେ ପର୍ଯ୍ୟାୟକ୍ରମେ ପାଦରେ ପାଦ ମିଳାଇ ଚାଲିଛି । ଅର୍ଥାତ, ବିକାଶର ଯେଉଁ ଆମର ଅମର ଧାରା ରହିଛି, ଯାହା ଉପରୁ ଆରମ୍ଭ ହୋଇଥାଏ, ତାହା ଆଜି ଗାଁ-ଗରିବ, ଯୁବକ-ମହିଳାମାନଙ୍କ ନିକଟରେ ପହଂଚି ଆଜି ସେମାନଙ୍କ ଶକ୍ତି ପାଲଟିଛି ।

ସାଥୀମାନେ,

୨୦୧୪ ପରେ ଦେଶ ପ୍ରତ୍ୟେକ ଗ୍ରାମକୁ ବିଜୁଳି ଯୋଗାଇବା ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରୁ ଅରୁଣାଚଳ ପ୍ରଦଶର ଗାଁ ମଧ୍ୟ ବହୁତ ଲାଭବାନ ହୋଇଛନ୍ତି । ଏଠାରେ ଏପରି ଅନେକ ଗ୍ରାମ ଥିଲା, ଯେଉଁଠାରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିଜୁଳି ପହଂଚିଥିଲା, ଏହା ପରେ କେନ୍ଦ୍ର ସରକାର ଏକ ସୌଭାଗ୍ୟ ଯୋଜନା ପ୍ରସ୍ତୁତ କରି ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ସହିତ ସଂଯୋଗ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ଏଠାରେ ଅରୁଣାଚଳରେ ମଧ୍ୟ ହଜାର ହଜାର ପରିବାର ମାଗଣା ବିଜୁଳି ସଂଯୋଗ ସହିତ ସଂଯୁକ୍ତ ହୋଇଥିଲେ । ଏବଂ ଯେତେବେଳେ ବିଜୁଳି ଏଠାରେ ଘରେ ପହଂଚିଲା, କେବଳ ଘରେ ଆଲୋକ ବିସ୍ତାର ହୋଇ ନ ଥିଲା, ବର ଏଠିକାର ଲୋକଙ୍କ ଜୀବନରେ ମଧ୍ୟ ଆଲୋକ ଆସିଲା ।

ଭାଇ ଓ ଭଉଣୀମାନେ,

ଅରୁଣାଚଳ ପ୍ରଦେଶର ବିକାଶର ଯେଉଁ ଯାତ୍ରା ଦ୍ରୁତ ଗତିରେ ପରିଣତ ହୋଇଛି, ଏହାକୁ ଆମେ ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଂଚାଇବାର ମିଶନ ଉପରେ କାର୍ଯ୍ୟ କରୁଛୁ । ଆମର ପ୍ରୟାସ ଯେ ସୀମା ନିକଟରେ ଥିବା ପ୍ରତ୍ୟେକ ଗାଁରେ ସମ୍ଭାବ୍ୟତାର ଦ୍ୱାର ଦେଇ ତାଙ୍କୁ ସଶକ୍ତ କରାଯାଉ । ଯେତେବେଳେ ସୀମା ନିକଟରେ ଥିବା ସମସ୍ତ ଗାଁରେ ସମ୍ଭାବନାର ଏକ ନୂଆ ଦ୍ୱାର ଖୋଲିବ, ସେହିଠାରୁ ସମୃଦ୍ଧତା ଆରମ୍ଭ ହେବ ।

ଓବ୍ଲବ୍ରେଟ ବୋର୍ଡର ଗ୍ରାମ କାର୍ଯ୍ୟକ୍ରମ ଅଧିନରେ ସୀମାନ୍ତ ଗ୍ରାମରୁ ସ୍ଥାନାନ୍ତରଣକୁ ବନ୍ଦ କରିବା ଏବଂ ସେଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଦ୍ରୁତଗତିରେ କାର୍ଯ୍ୟ କରାଯାଉଛି । ସୀମାନ୍ତ ସୀମାରେ ଅଞ୍ଚଳର ଯୁବକମାନଙ୍କୁ ଏନ୍ସିସି ସହ ଯୋଡ଼ିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛନ୍ତି । ପ୍ରୟାସ ହେଉଛି ଯେ ଏନସିସି ସୀମାରେ ଅବସ୍ଥିତ ଗାଁର, ସେହି ସ୍ଥାନର ଯୁବଗୋଷ୍ଠୀଙ୍କୁ ଏନସିସିରେ ଅଧିକରୁ ଅଧିକ ଯୋଗଦାନ ରହିବା ଉଚିତ । ଏନସିସି ସହିତ ଜଡ଼ିତ ଥିବା ଏହି ଗାଁର ପିଲାମାନେ ସେନା ଅଧିକାରୀଙ୍କ ଠାରୁ ତାଲିମ ପାଇବେ । ଏହାଦ୍ୱାର ଯୁବଗୋଷ୍ଠୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ରାସ୍ତା ତିଆରି ହେବ, ତା’ ସହିତ ସେଥିରେ ଦେଶ ପ୍ରତି ସେବା କରିବାର ଏକ ଉତ୍ସାହ ମଧ୍ୟ ସୃଷ୍ଟି ହେବ, ଏବଂ ଆହୁରି ଅଧିକ ବୃଦ୍ଧି ପାଇବ ।

ସାଥୀମାନେ,

ସବକା ସାଥ – ସବକା ବିକାଶର ମନ୍ତ୍ର ଅନୁସରଣ କରି ଡବଲ ଇଞ୍ଜିନ ସରକାର, ଅରୁଣାଚଳର ବିକାଶ ପାଇଁ, ଲୋକମାନଙ୍କ ପାଇଁ ଜୀବନରେ ସହଜତା ଆଣିବା ପାଇଁ ପ୍ରତିବଦ୍ଧ ଅଟେ । ମୋର ଏହା କାମନା ଯେ ଏହି ଅରୁଣାଚଳ ଏହିଭଳି ଭାବରେ ନିଜର ଆଲୋକକୁ ବିଚ୍ଛୁରିତ କରୁଥାଉ ।

ଭାରତ ସରକାରଙ୍କ ଏହି ସମସ୍ତ ଯୋଜନାକୁ ଆଗେଇ ନେବାରେ ସକ୍ରିୟ ସହଯୋଗ ପାଇଁ ମୁଁ ପୁଣିଥରେ ପେମା ଜୀ ଏବଂ ତାଙ୍କ ସମଗ୍ର ସରକାରଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏବଂ ଆମର ସମଗ୍ର ଉତ୍ତର ପୂର୍ବର ଆମର ସାଥୀମାନଙ୍କୁ ମଧ୍ୟ ଆମର ମା’ ଭଉଣୀମାନଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।