ଆବୁଧାବି ବିମାନ ବନ୍ଦର ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଡ୍ରୋନ ସାହାଯ୍ୟରେ ଆବୁଧାବି ବିମାନ ବନ୍ଦର ନିକଟରେ ବିସ୍ଫୋରଣ କରାଯାଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟଙ୍କ ସହ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ୟେମନର ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ନିଜକୁ ଦାୟୀ କରିଛି । ଏହି ଡ୍ରୋନ ଆକ୍ରମଣ ପରେ ନିଆଁ ଆବୁଧାବି ବିମାନ ବନ୍ଦର ପର୍ଯ୍ୟନ୍ତ ବ୍ୟାପିଥିଲା ।

ଆବୁଧାବି ପୋଲିସର ସୂଚନା ଅନୁସାରେ ତେଲ ଟ୍ୟାଙ୍କର ଉପରେ ଏହି ଡ୍ରୋନ ଆକ୍ରମଣ କରାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା । ତେବେ ବିମାନ ବନ୍ଦରର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।