ଲକ୍ଷେ୍ନø: ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ ଯୋଜନାକୁ ପ୍ରଶାସନିକ ସ୍ତରରେ କିଭଳି କାର୍ଯ୍ୟକାରୀ କରାଯାଉଛି; ତାହା ପ୍ରଘଟ ହୋଇଯିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗେରୁଆ ପୋଷାକରେ ଦାଗ ଲାଗିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ପ୍ରଶାସନିକ ଅଧିକାରୀଙ୍କ ଜାଣତରେ ନକଲି ଗଣବିବାହର ଅସଲ କାରସାଦି ଧରାପଡ଼ିବା ପରେ ତଦନ୍ତ କମିଟି ଗଠନ କରାଯାଇଛି ।
ଖବରରୁ ଜଣାପଡ଼ିଛି, ଜାନୁଆରୀ ୨୫ ତାରିଖ ଦିନ ୟୁପିର ବାଲିଆ ଅଂଚଳରେ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ ଯୋଜନାର ଆୟୋଜନ କରାଯାଇଥିଲା । ଉକ୍ତ ସମାରୋହରେ ପ୍ରାୟ ୫୪୫ ଯୋଡ଼ିଙ୍କ ବିବାହ କରାଯାଇଥିବା ସରକାରୀ ଭାବେ କୁହାଯାଇଥିଲା । ମାତ୍ର ସଂପୃକ୍ତ ବିବାହ ସଂପର୍କୀତ ଭିଡିଓ ଭାଇରାଲ ହେବା ପରେ ସରକାରୀ ଅଧିକାରୀଙ୍କ ଜାଲିଆତି ଧରାପଡ଼ିଛି ।
ବିବାହ ସମାରୋହରେ କନ୍ୟାମାନଙ୍କୁ ବଧୂବେଶରେ ଦେଖିବାକୁ ମିଳିଥିଲା । ମାତ୍ର ବରବେଶରେ କାହାକୁ ଦେଖିବାକୁ ମିଳି ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବିବାହ ସମାରୋହରେ ଯୋଗଦାନ କରିଥିବା ଅଧିକାଂଶ କନ୍ୟା ବିବାହିତା ।
କିଛି ବିବାହିତା କନ୍ୟା ଗୋଟିଏ ଅବା ଦୁଇଟି ସନ୍ତାନର ଜନନୀ । କନ୍ୟାମାନେ ହାତରେ ଧରିଥିବା ବରଣମାଳାକୁ ଆପଣା ଗଳାରେ ପକାଉଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି ।
ରାଜନୀତି: