ନୂଆଦିଲ୍ଳୀ : ଟେଲିଭିଜନର ପ୍ରସିଦ୍ଧ ସିରିଏଲ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜେ ଅଫିସିଆଲି ଭାବରେ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ କିଛି ଦିନ ତଳେ ‘ଅନୁପମା’ ଶୋ’ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
ସେ ଲେଖିଛନ୍ତି ଯେ, ହରେ କୃଷ୍ଣ ପରିବାର, ମୁଁ ଜାଣେ ଆପଣ ସମସ୍ତେ ଶୋ’ରେ ମୋତେ ବହୁତ ପ୍ରେମ ଏବଂ ଦୟା ଦେଖାଇଛନ୍ତି । ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ମୁଁ ଆପଣଙ୍କ ପାଇଁ କୃତଜ୍ଞ । ମୁଁ ଅଭିନୟ ଦୁନିଆ ଛାଡୁଛି । ମୋର ନିଷ୍ପତ୍ତିକୁ ଆପଣମାନେ ସମ୍ମାନ କରିବେ ଏବଂ ସମର୍ଥନ ମଧ୍ୟ କରିବେ । ଧାର୍ମିକ କାରଣରୁ ମୁଁ ଏହି ନିଷ୍ପତ୍ତି ନେଇଛି । ଏହି ଖବର ଶୁଣିବା ପରେ ଅଭେିନତ୍ରୀଙ୍କ ଅନେକ ଫ୍ୟାନ୍ ଭାଙ୍ଗି ପଡିଛନ୍ତି । ସୂଚନା ମୁତାବକ ଅଙ୍ଘା, ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲରେ କାମ କରିଛନ୍ତି । ସେଥିମଧ୍ୟରୁ ଅନୁପମା ଅନ୍ୟତମ । ଏହି ସିରିଏଲ ମାଧ୍ୟମରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ମିଳିଥିଲା ।