ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜୁଲାଇରେ ରାଧିକା ମର୍ଚ୍ଚେଣ୍ଟକୁ ବିବାହ କରିବେ । ଏହାପୂର୍ବରୁ ମାର୍ଚ୍ଚ ୧ରୁ ୩ ମଧ୍ୟରେ ଜାମନଗରସ୍ଥିତ ରିଲାୟନ୍ସ ଗ୍ରୀନ କମ୍ପଲେକ୍ସରେ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମ ହେବ । ଏହି ଅବସରରେ ଦେଶ ବିଦେଶର ବ୍ୟବସାୟୀ ଏବଂ ଟେକ୍ ଜଗତର ଅନେକ ଜଣାଶୁଣା ହସ୍ତୀ ସାମିଲ ହେବାର ସମ୍ଭାବନା ରହିଛି।
ଏଥିରେ ମାଇକ୍ରୋସଫ୍ଟର ଫାଉଣ୍ଡର ବିଲ୍ ଗେଟ୍ସ, ମେଟାର ସିଇଓ ମାର୍କ ଜୁକରବର୍ଗ, ବ୍ଲେକ୍ ରୋକର ସିଇଓ ଲେରୀ ଫିଙ୍କ୍, ବ୍ଲାକଷ୍ଟୋନର ଚେୟାରମ୍ୟାନ୍ ଷ୍ଟୀଫନ୍ ସ୍ୱାର୍ଜମେନ୍, ଡିସନୀ ସିଇଓ ବୋବ୍ ଇଗନର ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍ ରହିଛନ୍ତି ।