କୀଟନାଶକ ଖାଇ ଚାଷିଙ୍କ ଆତ୍ମହତ୍ୟା

କୀଟନାଶକ ଖାଇ ଜଣେ ଚାଷି ଆତ୍ମହତ୍ୟା କରିଥିବା ନେଇ ଜୟପୁର ସଦର ଥାନାରେ…

ଜୟପୁର : କୀଟନାଶକ ଖାଇ ଜଣେ ଚାଷି ଆତ୍ମହତ୍ୟା କରିଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ସେ ଜମିରେ ପକାଇବା କୀଟନାଶକ ଖାଇ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ରାବଣାଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।