ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ପିତା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କ୍ରୁନାଲ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଫଟୋରେ ହସ୍ପିଟାଲ ବେଡରେ ସେ ତାଙ୍କ ସ୍ତ୍ରୀ ଏବଂ କୁନି ଶିଶୁ ସହ ଅଛନ୍ତି । ଏହି ଫଟୋ ସହିତ ସେ ଏକ କ୍ୟାପସନ ଶେୟାର କରିଛନ୍ତି, ଯେଉଁଥିରେ ଶିଶୁର ନାମ ପ୍ରକାଶ ପାଇଛି । କ୍ରୁନାଲ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାଦ ପଡିଛନ୍ତି । ସେ ଖୁବଶୀଘ୍ର କାଉଣ୍ଟି କ୍ରିକେଟ ଖେଳିବେ ବୋଲି ଜଣାପଡିଛି ।