ବେଙ୍ଗାଲୁରୁ ପୁଲିସ କବ୍‌ଜାରେ ମହିଳା ଆତଙ୍କୀ

କର୍ଣ୍ଣାଟକ ପୁଲିସ ସହାୟତା ବଳରେ ଗୁଜରାଟ ଏଟିଏସ୍ ଟିମ୍ ବେଙ୍ଗାଲୁରୁ ସହରରୁ ଜନୈକ ଅଲ୍‌-କାଏଦା ମହିଳା ଆତଙ୍କୀଙ୍କୁ ମାଡ଼ି ବସିଛନ୍ତି । ଗିରଫ ମହିଳାଙ୍କ ନାମ ଶମା ପରବିନ୍ ଓ ତାଙ୍କ ବୟସ ଆନୁମାନିକ ୩୦ ବର୍ଷ ହେବ । ଭାରତର କର୍ଣ୍ଣାଟକ ରାଜ୍ୟରୁ ଅଲ୍‌-କାଏଦା ସଂଗଠନ ପରିଚାଳନା କରିବା ପାଇଁ ଶମାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆତଙ୍କୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିଛି ଯୁବକଙ୍କୁ ନିୟୋଜିତ କରିଥିଲା ଶମା । ପୁଲିସ ଚାରିଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ଭିତରୁ ଦୁଇଜଣ ଗୁଜରାଟ ବାସିନ୍ଦା, ଜଣେ ନୋଇଡା ଅଂଚଳର ଓ ଜଣେ ଦିଲ୍ଲୀ ବାସିନ୍ଦା ।