ଆମେରିକା ବାଣିଜ୍ୟ ସଚିବଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ସୀତାରମଣ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ବାଣିଜ୍ୟ….
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋଙ୍କୁ ଭେଟିଛନ୍ତି । ଭଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ତଥା ବିଶ୍ୱ ସ୍ତରରେ ଅର୍ଥନୈତିକ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ଆଲୋଚନା ହୋଇଛି ।
ସୂଚନାଯୋଗ ଯେ, ଏପ୍ରିଲ ୧୭ରୁ ଆମେରିକା ଗସ୍ତରେ ଅଛନ୍ତି ନିର୍ମଳା ସୀତାରମଣ । ଏହି ସରକାରୀ ଗସ୍ତରେ ଆର୍ଥିକ ବୈଠକ ବ୍ୟତୀତ ଏକାଧିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସୀତାରମଣ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସେହିପରି ଆଇଏମଏଫ ସ୍ପ୍ରିଙ୍ଗ ମିଟରେ କ୍ରିପଟୋକରେନ୍ସିକୁ ନେଇ ସମଗ୍ର ବିଶ୍ୱକୁ ସତର୍କ କରାଇଥିଲେ ଅର୍ଥମନ୍ତ୍ରୀ । ଆଇଏମଏଫର ସ୍ପ୍ରିଙ୍ଗ ମିଟରେ କ୍ରିପ୍ଟୋକରେନ୍ସିର ଭୟଙ୍କର ପରିମାଣକୁ ନେଇ ସଚେତନ କରାଇଥିଲେ । ଏହି କରେନ୍ସି ମାଧ୍ୟମରେ ବେଆଇନ ଅର୍ଥ କରବାର ଆଶଙ୍କା ରହିଛି । ଏହା ସହିତ ଆତଙ୍କବାଦ କାର୍ଯ୍ୟକଳାପରେ ଏହାର ବହୁଳ ବ୍ୟବହାର ହୋଇପାରେ ବୋଲି କହିଥିଲେ ଅର୍ଥମନ୍ତ୍ରୀ । ସେହିପରି ଏହି ଗସ୍ତର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଆଇଏମଏଫର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ‘ମନି ଆଟ ଏ କ୍ରସରୋଡ’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ଭାରତର ପ୍ରଦର୍ଶନ ଏବଂ ଗତ ଏକ ଦଶକରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ସରକାରଙ୍କ ପ୍ରୟାସଗୁଡିତ ବିଷୟରେ ଆଲୋକପାତ କରିଥିଲେ ଅର୍ଥମନ୍ତ୍ରୀ ସୀତାରମଣ ।