ମୁମ୍ବାଇ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆସନ୍ତା ୬ ତାରିଖରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷନ ଇନିଂସ ଓପନ କରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଏହି ସୂଚନା ଦେଇଛନ୍ତି । ଉଭୟ ରୋହିତ ଓ କିଷନ ବହୁ ସମୟ ଧରି ଅଭ୍ୟାସ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦଳର ଓପନର ଶିଖର ଧାୱନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ କେଏଲ ରାହୁଲ ପ୍ରଥମ ଦିନିକିଆ ମ୍ୟାଚ ଖେଳୁନାହାନ୍ତି । ଅନ୍ୟପକ୍ଷରେ ନୂଆ ଓପନର ଋତୁରାଜ ଗାଇକ୍ୱାଡ୍ ମଧ୍ୟ କୋଭିଡରେ ଆକ୍ରାନ୍ତ ହେବା ସହ ମୟଙ୍କ ଅଗ୍ରୱାଲ କ୍ୱାରାଣ୍ଟାଇନରେ ଅଛନ୍ତି ।