ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ ।ସାମାଜିକ ଦୂରତା ନିୟମ ମାନୁ ନଥିବା ଅଭିଯୋଗରେ ଦିଲ୍ଲୀ-ହରିଆଣାର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଡିସେମ୍ବର ୭ରେ ଅଲିପୁର ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି।। କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ମାନୁ ନଥିବା କହିଛି ପୁଲିସ୍ ।ପୋଲିସର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଛନ୍ତି।
କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ଦେଶର ଚାଷୀମାନେ ବିରୋଧ କରୁଛନ୍ତି। ଏଥିପାଇଁ ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଲାମପୁର ସୀମା ଦେଇ ଦିଲ୍ଲୀ ଉପକଣ୍ଠରେ ପହଞ୍ଚିଥିଲେ। ଏହାପରେ ସେମାନେ ସିଂଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଦିଲ୍ଲୀର ବିଭିନ୍ନ ସୀମାରେ ୧୬ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ନୂଆ କୃଷି ଆନକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।