ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର

ଉତ୍ତରପ୍ରଦେଶ: ହାଥରାସ ଗଣ ଦୁଷ୍କର୍ମ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରାଯାଇଛି।ଏହାସହ ଦୁହିଁଙ୍କ ସମେତ ୨୦୩ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ୧୪୪ ଧାରା ଭଙ୍ଗ କରିଥିବା ଏଫଆଇଆର ରୁଜ୍ଜୁ କରାଯାଇଛି। ଏହି ମାମଲା ଗ୍ରେଟର ନୋଏଡା ସ୍ଥିତ ଇକୋଟେକ ଥାନା ଦାୟର କରାଯାଇଛି ।

ଧାରା ୩୩୨ (ଜାଣିଶୁଣି ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରୁ ନିବୃତ୍ତ କରିବା ), ୩୫୩ (ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା), ୩୨୩ (ଜାଣିଶୁଣି ଆଘାତ ଦେବା ), ୩୫୪ (ଅସମ୍ମାନ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ପ୍ରତି ଆକ୍ରମଣ କରିବା ), ୧୪୭
(ଦଙ୍ଗା ପାଇଁ ଦଣ୍ଡ), ୧୪୮ (ମାରାତ୍ମକ ଅସ୍ତ୍ର ସହ ଦଙ୍ଗା କରିବା ) ଆଦି ଧାରାରେ କଂଗ୍ରେସ ନେତାଙ୍କ ବିରୋଧରେ  ମାମଲା ଦାୟର ହୋଇଛି ।

ପୋଲିସ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି, ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୦୦ କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ – ନୋଏଡା – ଦିଲ୍ଲୀ ହାଇୱେ ଠାରେ ରୋକାଯାଇଥିଲା । ଏଥିରେ ୫୦ ଟି କାର ସାମିଲ ଥିଲା । କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗରରେ  ୧୪୪ ଧାରା ଲାଗୁ ହୋଇଥିବାରୁ ପୋଲିସ ସେମାନଙ୍କୁ ଫେରି ଯିବାକୁ ଅନୁରୋଧ କରିଥିଲା। ମାତ୍ର ସେମାନେ  ଏହାକୁ ଖାତିର ନ କରି ଟ୍ରାଫିକ ନିୟମ ଭଙ୍ଗ କରି ଯମୁନା ଏକ୍ସପ୍ରେସ ଚାଲି ଚାଲି ଆଡ଼କୁ ବଢ଼ିଥିଲେ । ଏଥି ନେଇ ଦୁଇ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କେବଳ ଏତିକି ନୁହେଁ ଦୁଇ ପାଖରେ ଟ୍ରାଫିକ ଜାମ ହୋଇ ଯାଇଥିଲା । ଏଥିରେ କିଛି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିଲା । ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ପୋଲିସ କାର ନଷ୍ଟ କରିଦେଇଥିଲେ । ଏହି ଆକ୍ରମଣରେ କିଛି ମହିଳା ପୋଲିସ କର୍ମୀ ଆହତ ହୋଇଛନ୍ତି ।

ତେବେ ହାଥରସ ଗଣ ଦୁଷ୍କର୍ମ ଘଟଣା ପାଇଁ ଯୋଗୀ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରବଳ ବିରୋଧର ଶିକାର ହେବାକୁ ପଡିଛି । ଏଥି ଯୋଗୁ ବିଭିନ୍ନ ଦଳର ରାଜନେତାମାନେ ହାଥରସରେ ପହଞ୍ଚୁ ଛନ୍ତି । ଏହି କାରଣରୁ ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ କୋଣସି ରାଜନେତାଙ୍କୁ ଜିଲାରେ ପ୍ରବେଶ ନ କରିବାକୁ ଅନୁରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥରସ ଅବିମୁଖେ ବାହାରି ଥିଲେ। ତାଙ୍କୁ ପୋଲିସ ଘଟଣା ସ୍ଥଳକୁ ଯିବାକୁ ଅନୁମତି ଦେଇ ନ ଥିଲା। ମାତ୍ର ସେ ଏହାକୁ ମାନିନଥିଲେ ଆଗକୁ ବଢ଼ିଥିଲେ।