ଅଗ୍ନିପଥ ଯୋଜନା: ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ
ସରକାରଙ୍କ ଏହି ନିଷ୍ପତ୍ତି ସେନାରେ ସାମିଲ ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କୁ ସୁଯୋଗ ପ୍ରଦାନ କରିବ…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଘଟୁଛି । ଆଶାୟୀମାନେ ଟ୍ରେନ ଜାଳିବା ସହ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି । ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ, ସେନାରେ ଭର୍ତ୍ତି ପାଇଁ ସରକାରଙ୍କ ସର୍ବାଧିକ ବୟସସୀମା ବୃଦ୍ଧି ନିର୍ଦ୍ଦେଶ ମିଳି ସାରିଛି ଏବଂ ଏନେଇ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ଆସନ୍ତା ୨୪ରୁ ବାୟୁସେନାରେ ଭର୍ତ୍ତି ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ । ସରକାରଙ୍କ ଏହି ନିଷ୍ପତ୍ତି ସେନାରେ ସାମିଲ ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କୁ ସୁଯୋଗ ପ୍ରଦାନ କରିବ । ଯୁବବର୍ଗ ଅଗ୍ନିବୀର ନାମରେ ସେନାରେ ନିଯୁକ୍ତ ସୁଯୋଗର ଲାଭ ଉଠାଇବାକୁ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି ସେନା ମୁଖ୍ୟ ।