ଅଗ୍ନିପଥ ଯୋଜନା: ୧୩ ରାଜ୍ୟରେ ପ୍ରଦର୍ଶନ ଜାରି
ବିହାରର ୧୨ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି…
ନୂଆଦିଲ୍ଲୀ : ସେନାରେ ଭର୍ତ୍ତି ସହିତ ଜଡିତ ‘ଅଗ୍ନିପଥ ଯୋଜନା’ ବିରୋଧରେ ଦେଶବ୍ୟାପୀ ହିଂସକ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ୧୩ଟି ରାଜ୍ୟରେ ପହଞ୍ଚି ସାରିଛି । ସର୍ବାଧିକ ଅଧିକ ହିଂସା ବିହାରରେ ଦେଖାଯାଇଛି । ହିଂସାକାଣ୍ଡ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବିହାରର ୧୨ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ହରିୟାଣାର ଗୋଟିଏ ଜିଲ୍ଲାରେ ଇଣ୍ଟରନେଟ ସହିତ ଏସଏମଏସ ସେବା ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ସେହିପରି ଉତ୍ତରପ୍ରଦେଶ, ବିହାର, ହରିୟାଣା ଓ ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।