ପାଟନାରେ ପ୍ରଥମ ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀ

ପିଏମସିଏଚର ଟିମ ସାମ୍ପଲ ଏକାଠି କରିବା ପାଇଁ ଗୁରହଟ୍ଟା ସ୍ଥିତ ମହିଳାଙ୍କ ଘରେ ପହଂଚିଛନ୍ତି….

ନୂଆଦିଲ୍ଲୀ : ପାଟନାରେ ମଙ୍କିପକ୍ସର ସନ୍ଦିଗ୍ଧ ମହିଳା ରୋଗୀ ମିଳିଛି । ବିହାରରେ ମଂକିପକ୍ସର ପ୍ରଥମ ରୋଗୀଙ୍କ ମିଳିବାରୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ମହିଳାଙ୍କ ଠାରେ ମଂକିପକ୍ସର ସମସ୍ତ ଲକ୍ଷଣ ମିଳିଛି । ପିଏମସିଏଚର ଟିମ ସାମ୍ପଲ ଏକାଠି କରିବା ପାଇଁ ଗୁରହଟ୍ଟା ସ୍ଥିତ ମହିଳାଙ୍କ ଘରେ ପହଂଚିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଟିମ ପୁରା ମାମଲାର ଯାଂଚ କରୁଛି । କେରଳ ପରେ ଏବେ ରାଜଧାନୀ ଦିଲ୍ଲୀ ଓ ଢେଲେଙ୍ଗାନା ମଙ୍କି ପସ ଭୂତାଣୁ ଚିହ୍ନଟ ପରେ ପଡୋଶୀ ରାଜ୍ୟ ଗୁଡିକ ପାଇଁ ଏହା ଚିନ୍ତା ବଢାଇଛି । କୋଭିଡ ମୁକାବିଲା ଭଳି ମଙ୍କିପସ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି ।

ସେହିପରି ବିହାରରେ ବି ସ୍ୱାସ୍ଥ୍ୟ ବିଭାଗ ବି ଏଥିପାଇଁ ସଜାଗ ରହିଛି । ରାଜ୍ୟର ପ୍ରମୁଖ ସ୍ଥାନ ବିମାନବନ୍ଦରରେ ଚେକିଂ କଡାକଡା କରାଯାଉଛି । ଗତ ମେ ମାସରେ କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ଏବେ ବିଶ୍ୱର ୭୦ଟି ଦେଶକୁ ବ୍ୟାପି ଯାଇଛି ।