ସରିଲା ଉପନିର୍ବାଚନ: ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ମତଦାନ, ୨୩ରେ ପରିଣାମ

ଖାଲି ପଡ଼ିଥିବା ବିଧାନସଭା ଆସନ ପୂରଣ କରିବା ପାଇଁ ଗୁରୁବାର ଦିନ ମତଦାନ ପ୍ରକ୍ରିୟା ଜୋରଦାର ଥିଲା । ଗୁଜୁରାଟର ଦୁଇଟି, ପଞ୍ଜାବ-କେରଳ-ପଶ୍ଚିମବଙ୍ଗର ଗୋଟିଏ ଲେଖାଁଏ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ସକାଳ ୭ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରି୍ରୟା ଚାଲିଥିଲା । ଜୁନ ୨୩ ତାରିଖ ଦିନ ଉପନିର୍ବାଚନର ଫଳାଫଳ ଜଣାପଡ଼ିବ । ଗୁଜୁରାଟ ଓ ପଞ୍ଜାବରେ କଂଗ୍ରେସ, ବିଜେପି ଓ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ଲଢ଼େଇ ଜୋରଦାର ଥିଲାବେଳେ ପଶ୍ଚିମବଙ୍ଗରେ କଂଗ୍ରେସ-ବାମପନ୍ଥୀ ମିଳିତ ଭାବେ ଉପନିର୍ବାଚନ ଲଢୁଥିଲା ବେଳେ କେରଳରେ ପରସ୍ପର ଲଢୁଛନ୍ତି ।