ନଦୀରେ ଭାସିଗଲେ ୫ ଛାତ୍ର

ବିଜୟୱାଡା: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଏକ ଅଘଟଣ ଘଟିଛି । ନଦୀରେ ବୁଡି ଯାଇ ୫ ଜଣ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୧୧ ରୁ ୧୪ ବର୍ଷ ଭିତରେ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ଛାତ୍ରମାନେ ଇଟୁରୁ ନିକଟ ମୁନେର ସ୍ଥିତ କ୍ରିଷ୍ଣା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବାବେଳେ ପହଁରା ପହଁରା ଅଭ୍ୟାସ କରୁଥିବାବେଳେ ସମସ୍ତେ ନଦୀ ସ୍ରୋତରେ ଭାସି ଯାଇଥିଲେ ।

ସେହିପରି ପୁଲିସ ସୂତ୍ରରୁ ପ୍ରକାଶ ଛାତ୍ରମାନେ ସାଙ୍ଗ ହୋଇ ନଦୀକୁ ଗାଧେଇବାକୁ ଯାଇଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀମାନେ ଗଭୀର ପାଣିକୁ ନଯିବାକୁ ସେମାନଙ୍କୁ କହିଥିଲେ ସୁଦ୍ଧା ସେମାନେ ନ ମାନି ନଦୀକୁ ଗଭୀର ପାଣିକୁ ପଳାଇଥିଲେ । ସେମାନେ ଏକ ଭଉଁରୀରେ ଫସି ଯାଇଥିଲେ । ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ । ସେହିପରି ପୁଲିସ ଏବଂ ଏନଡିଆରଏଫ ଟିମ୍‌ ସହଯୋଗରେ ସର୍ଚ୍ଚ ଅପରେସନ କରି ସମସ୍ତ ପାଞ୍ଚଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ ।