ଅମରନାଥ ଗୁମ୍ଫା ପାଖରେ ପୁଣି ଆସିଲା ବନ୍ୟା

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ଜୁଲାଇ ୮ରେ ଅମରନାଥ ଗୁମ୍ଫା ପାଖରେ ଆକାଶ ଫଟା ବର୍ଷା ହୋଇଥିଲା…

ଉତ୍ତରାଖଣ୍ଡ: ଅମରନାଥ ଗୁମ୍ଫା ପାଖରେ ଲଗାଣ ବର୍ଷା ପରେ ପୁଣିଥରେ ବନ୍ୟା ଆସିଛି । ଜଳାଶୟ ଓ ଆଖପାଖ ଝରଣାରେ ବନ୍ୟା ହୋଇଥିବା ଜଣାପଡିଛି । ସେଥିପାଇଁ ତତ୍କାଳ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪ ହଜାର ତୀର୍ଥଯାତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ଏଥିସହିତ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ଜୁଲାଇ ୮ରେ ଅମରନାଥ ଗୁମ୍ଫା ପାଖରେ ଆକାଶ ଫଟା ବର୍ଷା ହୋଇଥିଲା । ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ ।