କୋଲକାତା: କରୋନାର ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟକୁ ନେଇ ବିଶ୍ୱରେ ଭୟ ସଂଚାର ଦେଖାଯାଇଛି । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ବିଶ୍ୱବାସୀଙ୍କର ଚିନ୍ତା ବଢିଯାଇଛି । ଭାରତରେ ଏହି ନୂଆ ଭ୍ୟାରିଆଣ୍ଟରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସିକ୍କିମରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ସରକାର କଟକଣା ଲାଗୁ କରିଛନ୍ତି ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସିକ୍କିମରେ ବିଦେଶୀ ନାଗରିକ ପ୍ରବେଶ କରିପାରିବେ ନାହିଁ । ସେହିପରି ବିଦେଶୀ ନାଗରିକମାନେ ସେଠାକୁ ବୁଲିବାକୁ ଯାଇପାରିବେ ନାହିଁ । କେନ୍ଦ୍ର ସରକାର ବିଦେଶୀ ଫେରନ୍ତାଙ୍କ କଟକଣା ଲାଗୁ କରିବା ପରେ ସିକ୍କିମ ସର୍ବ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନେଇଛି ।