ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ଅଧଘଣ୍ଟା ଆଲୋଚନା ହୋଇଥିଲା । ଏହାପୂର୍ବରୁ କ୍ୟାପଟେନ ଅମରିନ୍ଦର ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏନେଇ ସେ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଥିଲେ । ଏହି ସମୟରେ ପଞ୍ଜାବ ସହ ଜଡିତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦୀଙ୍କ ସହ କ୍ୟାପଟେନ ଆଲେଚନା କରିଥିଲେ ।