ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା ଦୋଷୀ ସାବ୍ୟସ୍ତ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଛରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଭିଡିଓକନ୍ ଗ୍ରୁପକୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିବା ପାଇଁ ଦାବି ମୁତାବକ ଚନ୍ଦା ପାଇଥିଲେ ୬୪ କୋଟି ଟଙ୍କା । ଉପରକୁ ଭାରି ଭଦ୍ର ଦିଶୁଥିବା ଚନ୍ଦା ତାଙ୍କ ସ୍ୱାମୀ ଦୀପକ କୋଚ୍ଛରଙ୍କ ପରାମର୍ଶକୁ ପ୍ରାଥମିକତା ଦେଇ ଭିଡିଓକନ୍ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥିଲେ । ଯଦିଓ ଚନ୍ଦା ସିଧାସଳଖ ଟଙ୍କା ନେଇଥିବାର କୌଣସି ତଥ୍ୟ ଇଡି ନିକଟରେ ନଥିଲା । ତେବେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଂଟରୁ ଭିଡିଓକନ୍ ଆକାଉଂଟକୁ ଋଣ ବାବଦ ଅର୍ଥ ହସ୍ତାନ୍ତର କରାଯିବାର ଦିନକ ପରେ ଦୀପକ କୋଚ୍ଚରଙ୍କ କମ୍ପାନୀ ନୁପାୱାର ରିନ୍ୟୁୱେବଲ ପ୍ରାଇଭେଟ୍ ଲିମିଟେଡ୍ (ଏନ୍ ଆର୍ ପି ଏଲ୍‌) ଆକାଉଂଟକୁ ୬୪ କୋଟି ଟଙ୍କା ପଠାଇ ଦିଆଯାଇଥିଲା ।

ଅନ୍ୟ ଦିଗରୁ ବିଚାର କଲେ, ଭିଡିଓକନ୍ ଅଧ୍ୟକ୍ଷ ଭେନୁଗୋପାଲ ଧୂତ ପ୍ରକୃତପକ୍ଷେ ଏନ୍‌ଆର୍‌ପିଏଲ୍ ମାଲିକ, କିନ୍ତୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଥିଲେ ଦୀପକ କୋଚ୍ଛର । ପି ଏମ୍ ଏଲ୍ ଏ ଧାରା ୫୦ ଅନୁଯାୟୀ ଚନ୍ଦାଙ୍କୁ ଦୋଷୀ ରୂପେ ଦର୍ଶାଇଥିଲା ଇଡି ।