ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ
ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ। ତାଙ୍କୁ …
ନୂଆଦିଲ୍ଲୀ: ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ। ତାଙ୍କୁ ସୋଶାଲ ମିଡିଆରେ ଧମକ ଦିଆଯାଇଛି। ଗତ ଅଗଷ୍ଟ ୧୪ ତାରିଖରେ ଅମନ ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଏହି ଧମକ ଆସିଛି। ଏଥିରେ ଲେଖାଯାଛି ଯେ, ତୁମେ ଜାଣିଛ, ତୁମେ କଣ କରିଛ ଏହାର ହିସାବ ତୁମକୁ ଦେବାକୁ ପଡ଼ିବ। ତୁମକୁ ଶେଷ କରିଦେବୁ। ଏମିତି ଧମକ ମିଳିବା ପରେ ସମୀର ପୁଲିସରେ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ଆକାଉଣ୍ଟରେ କୌଣସି ଫଲୋଅର୍ସ ନାହାନ୍ତି। ଏନେଇ ସେ ଗୁରୁଗ୍ରାମ ଥାନାରେ ଏତଲା ଦେଇଛନ୍ତି।ଏହା ପରେ ପୁଲିସ ମାମାଲା ରୁଜୁ କରି ତଦନ୍ତ ଚଳାଇଛି । ଗତକାଲି ୱାଙ୍ଖଡ଼େଙ୍କ ବୟାନ ରେକର୍ଡ଼ କରାଯାଇଛି।