ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା
ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି…..
ନୂଆଦିଲ୍ଲୀ : ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି । ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ । ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି । କଡା ସୁରକ୍ଷା ଭିତରେ ସେ ନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି ।