ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ

ପେନସିଲଭାନିଆରେ ଚାଲିଥିବା ଏକ ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଛି । ଗୁଳିଟି ଟ୍ରମ୍ପଙ୍କ କାନରେ ଘସି ହୋଇ ଚାଲିଯାଇଛି । ସଙ୍ଗେ ସଙ୍ଗେ ଗୁଳିମାଡ କରିଥିବା ବ୍ୟକ୍ତିଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଘଟଣା ପରେ ଟ୍ରମ୍ପଙ୍କୁ ସୁରକ୍ଷା କର୍ଡନରେ ନେଇଥିଲେ ସିକ୍ରେଟ ସର୍ଭିସ ଏଜେଣ୍ଟ। ଟ୍ରମ୍ପଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ଡାହାଣ କାନର ଉପର ଭାଗରେ ଗୁଳି ବାଜିଛି। ଶୁଟରଙ୍କ ବିଷୟରେ ଏପର୍ୟ୍ୟନ୍ତ କିଛି ଜଣା ପଡିନାହିଁ । ଯେ ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ଗୁଳି ଦ୍ୱାରା ଆଘାତ କରାଯାଇଥିଲା ।

 

ଘଟଣାକୁ ନିନ୍ଦା କରିବା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକାରେ ରାଜନୈତିକ ହିଂସା ପାଇଁ କୌଣସି ସ୍ଥାନ ନାହିଁ । ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ହୋଇଥିବା ଗୁଳି ବିନିମୟ ବିଷୟରେ ମୋତେ ଅବଗତ କରାଯାଇଛି। ମୁଁ ତାଙ୍କ ଏବଂ ତାଙ୍କ ପରିବାର ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି।

ଆମେରିକାରେ ଏହି ପ୍ରକାର ହିଂସା ପାଇଁ କୌଣସି ସ୍ଥାନ ନାହିଁ। ଏହାକୁ ନିନ୍ଦା କରିବା ପାଇଁ ଆମେ ଏକ ରାଷ୍ଟ୍ର ଭାବରେ ଏକଜୁଟ ହେବା ଜରୁରୀ । ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଛନ୍ତି । ସେପଟେ ଜୋ ବାଇଡେନ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ।