ବିଜେପି ଓ ରାଷ୍ଟ୍ରୀୟ ସଂଘ ଅନୁଗତ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଦେଖା ଦର୍ଶନ ମିଳୁନି । ଇସ୍ତଫା ଦେବା ପରଠାରୁ ଧନଖଡ଼ ନିଜକୁ ମିଡିଆ ନିକଟରୁ ଦୂରେଇ ରଖୁଛନ୍ତି । ଧନଖଡ଼ଙ୍କ ଇସ୍ତଫା ମାମଲାର ଅସଲ ସତ ଜାଣିବା ପାଇଁ ଉଭୟ ମିଡିଆ ଓ ବିରୋଧୀ ଯଥାରୀତି ଉଦ୍ୟମ କରୁଛନ୍ତି । ମାତ୍ର ଧନଖଡ଼ଙ୍କ ବାସ ଭବନକୁ ଏକ ପ୍ରକାର ଘେରାଉ କରି ରହିଚନ୍ତି ସୁରକ୍ଷାକର୍ମୀ ।
ଗଣମାଧ୍ୟମ ଆଗରେ ବିଜେପି ବିରୋଧରେ ବିଷ ଉଗାଳି ପାରନ୍ତି ଧନଖଡ଼ । ବିରୋଧୀ ସହିତ ହାତ ମିଳାଇ ମୋଦୀଙ୍କ ବିରୋଧରେ କିଛି ଷଡ଼ଯନ୍ତ୍ର କରିପାରନ୍ତି । ଧନଖଡ଼ଙ୍କ ପରିବାରକୁ ଗୃହବନ୍ଦୀ କରି ରଖାଯାଇଛି ବୋଲି କୁହାଯାଉଛି । ପୂର୍ବତନ ଉପରାଷ୍ଟ୍ରପତି ଏବେ କରୁଛନ୍ତି କ’ଣ? ରହୁଛନ୍ତି କୋଉଠି? ତାହା ଏବେ ମଧ୍ୟ ଏକ ରହସ୍ୟମୟ ହୋଇ ରହିଛି ।