ନୂଆଦିଲ୍ଲୀ : ୟୁକ୍ରେନ୍ରେ ଅଟକି ଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଅଣାଯାଉଛି। ରୋମାନିଆରୁ ଭାରତର ପ୍ରଥମ ବିମାନ ଉଡ଼ିବାକୁ ପ୍ରସ୍ତୁତ ଅଛି। ପଶ୍ଚିମ ୟୁକ୍ରେନ୍ର ଏଲ୍ଭିଭ୍ ଓ କ୍ରେନିଭଷ୍ଟିରେ ବିଦେଶ ମନ୍ତ୍ରାଳୟର ଶିବିର ସକ୍ରିୟ ହୋଇଉଠିଛି। ୟୁକ୍ରେନରୁ ଆଜି ଭାରତୀୟ ନାଗରିକମାନେ ୪ଟି ବିମାନରେ ଆସିବେ। ଏୟାର ଇଣ୍ଡିଆର ବିମାନରେ ଏହି ଭାରତୀୟମାନେ ଆସିବେ।
ୟୁକ୍ରେନରୁ ଭାରତ ଆସିବା ନେଇ ଖୁସିର ମାହୋଲ ଦେଖାଯାଇଛି। ସ୍ୱଦେଶକୁ ଫେରିବା ନେଇ ୨୫ରୁ ୩୦ ଜଣ ଭାରତୀୟ ଖୁସି ଦେଖାଯାଇଛନ୍ତି। ଏକ ଫଟୋରୁ ଏହା ଜଣାପଡୁଛି। ଭାରତୀୟ ଛାତ୍ରମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଫେବ୍ରୁଆରୀ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିଲା। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ପୋଲାଣ୍ଡ ଓ ହଙ୍ଗେରି ରାସ୍ତାରେ ସମସ୍ତଙ୍କୁ ଅଣାଯିବ। ଏହି ଉଦ୍ଧାର କାର୍ଯ୍ୟରେ ଏୟାର ଇଣ୍ଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ୟୁକ୍ରେନ୍ରୁ ହଜାର ହଜାର ଭାରତୀୟଙ୍କୁ ଅଣାଯାଇପାରୁଛି।