ମୋଦିଙ୍କ ହେଲିକପ୍ଟର ଆଡ଼କୁ କଳାବେଲୁନ ଉଡ଼ାଇ ୪ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଆଡ଼କୁ କେତେକ କଂଗ୍ରେସକର୍ମୀ…

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଆଡ଼କୁ କେତେକ କଂଗ୍ରେସକର୍ମୀ କଳାବେଲୁନ ଉଡ଼ାଇବା ଘଟଣାରେ ଗିରଫ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ କଂଗ୍ରେସ କର୍ମୀ ଏହିଭଳି କଳା ବେଲୁନ ଉଡ଼ାଇ ବିରୋଧ କରିଥିଲେ । ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ କଳାବେଲୁନ ଛାଡ଼ି ପ୍ରତିବାଦ କରିଛି କଂଗ୍ରେସ । କଳା ବେଲୁନ ମୋଦିଙ୍କ ହେଲିକପ୍ଟର ପାଖାପାଖି ହୋଇଯାଇଥିଲା । ଏହି ଘଟଣାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଆନ୍ଧ୍ର ପୁଲିସ । ଏହି ଘଟଣାରେ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।