ତାଜମହଲ ପରିସରରେ ନମାଜ ପଢି ୪ ଗିରଫ

ତାଜମହଲ ସୁରକ୍ଷାରେ ଥିବା ସିଆଇଏସ୍‌ଏଫ ଯବାନଙ୍କୁ ସୂଚନା ମିଳିବା ପରେ ଉକ୍ତ ୪ ଜଣଙ୍କୁ ଧରି ସ୍ଥାନୀୟ ପୁଲିସ ଜିମା ଦିଆଯାଇଥିଲା…

ଲକ୍ଷେ୍ନø: ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିବା ୪ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି । ଏହି ୪ ଜଣ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିଲେ । ସୂଚନା ଅନୁସାରେ ହାଇଦ୍ରାବାଦରୁ ୪ ଜଣ ଯୁବକ ତଜମହଲ ବୁଲିବାକୁ ଆସିଥିଲେ । ଏମାନେ ତାଜମହଲ ବୁଲିବା ପରେ ତା’ ପରିସରରେ ଥିବା ମସଜିଦ ପାଖରେ ପହଞ୍ଚି ନମାଜ ପାଠ କରିବାକୁ ଲାଗିଥିଲେ । ଏନେଇ ତାଜମହଲ ସୁରକ୍ଷାରେ ଥିବା ସିଆଇଏସ୍‌ଏଫ ଯବାନଙ୍କୁ ସୂଚନା ମିଳିବା ପରେ ଉକ୍ତ ୪ ଜଣଙ୍କୁ ଧରି ସ୍ଥାନୀୟ ପୁଲିସ ଜିମା ଦିଆଯାଇଥିଲା । ବାସ୍ତବରେ ତାଜମହଲରେ ଥିବା ଏହି ମସଜିଦରେ କେବଳ ଶୁକ୍ରବାର ଦିନ ହିଁ ନମାଜ ପାଠ କରିବାକୁ ଅନୁମତି ରହିଛି ।