ମୁମ୍ବାଇ : ପୁଣି ଅଡୁଆରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଏପରି କି କୁହାଯାଉଛି କି ସେ ଜେଲ୍ ମଧ୍ୟ ଯାଇପାରନ୍ତି। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି, ସମୀରଙ୍କ ପାଖରେ ନବି ମୁମ୍ବାଇରେ ଏକ ବାର ଅଛି। ଯେଉଁଥିପାଇଁ ତାଙ୍କୁ କମ୍ ବୟସରୁ ଲାଇସେନ୍ସ ମିଳିଥିଲା। ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍ ଥିଲା। ସେ ସେହି ସମୟରେ ଏକ ଚୁକ୍ତିନାମା କରିବାକୁ ମଧ୍ୟ ଯୋଗ୍ୟ ନଥିଲେ। କିନ୍ତୁ ଥାଣେର ସଦ୍ଗୁରୁ ହୋଟେଲ ଓ ବାର୍ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍ରେ ନିଜ ବୟସ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଥିବା ନେଇ ଦାବି କରିଥିଲେ। ନିଜ ବୟସରେ ସେ ଜାଲିଆତି କରିଥିବା ନେଇ ଅବକାରୀ ବିଭାଗ କରିଛି ଅଭିଯୋଗ । ଏହି ଅଭିଯୋଗକୁ ଆଧାର କରି ଆଗାମୀ ଦିନରେ ସମୀର ୱାଙ୍ଖଡେଙ୍କ ପାଇଁ ବଢ଼ିପାରେ ଅଡୁଆ ।