ଜୁଲାଇ ୧ରୁ ମାଗଣା ବିଦ୍ୟୁତ

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ତାଙ୍କର ଦିଲ୍ଲୀ ସମକକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ବୈଠକ….

ଚଣ୍ଡିଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ ଘୋଷଣା କରିଛନ୍ତି । ଜୁଲାଇ ୧ ତାରିଖରୁ ରାଜ୍ୟର ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ଯାଏଁ ବିଦ୍ୟୁତ୍‌ ମାଗଣାରେ ଯୋଗାଇବେ । ରାଜ୍ୟ ସରକାର ନିଜର ୩୦ ଦିନ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ନେଇ ଭଗୱନ୍ତ ମାନଙ୍କ ତରଫରୁ କୌଣସି ବୟାନ ଆସିନାହିଁ । ସୂଚନାଯୋଗ୍ୟ ଯେ, ପୂର୍ବରୁ ମାନ କହିଥିଲେ ଯେ ଏପ୍ରିଲ ୧୬ ତାରିଖରେ ପଞ୍ଜାବର ଜନତାଙ୍କ ପାଇଁ ବଡ ଘୋଷଣା ହେବ । ସେହିପରି ମୁଖ୍ୟମନ୍ତ୍ରୀ ମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟିଛନ୍ତି । ପଞ୍ଜାବରେ ୩୦୦ ୟୁନିଟ ବିଦ୍ୟୁତ୍‌ ପ୍ରତ୍ୟେକ ଘରକୁ ମାଗଣାରେ ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତି ହୋଇଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ତାଙ୍କର ଦିଲ୍ଲୀ ସମକକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ବୈଠକ ହୋଇଥିଲା । ଏହି ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପଂଜାବର ଅର୍ଥମନ୍ତ୍ରୀ ହରପାଳ ସିଂହ ଚୀମା ଉପସ୍ଥିତ ଥିଲେ ।