ଶ୍ରୀ ଅନୁରାଗ ଠାକୁର ବାରାଣାସୀର ସିଗ୍ରା ଷ୍ଟାଡିୟମର ନବୀକରଣର ଯାଞ୍ଚ ଏବଂ ସମୀକ୍ଷା କରିଥିଲେ । ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟରେ ପରିବର୍ତ୍ତନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ସେ ବାରାଣାସୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟାଳୟର ସ୍ଥାନର ଅଡିଟ୍ ମଧ୍ୟ କରିଥିଲେ । ସେ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିବା ସହିତ ପ୍ରାର୍ଥନା କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ “କାଶୀ ତାମିଲ ସଙ୍ଗମମ” କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି ଏବଂ କ୍ରୀଡା ମାଧ୍ୟମରେ ଉତ୍ତର ଏବଂ ଦକ୍ଷିଣକୁ ସଂଯୋଗ କରିବାର ସୁଯୋଗ ମଧ୍ୟ ଘଟୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଥିବା ସଂଯୋଗ ଆମର ପ୍ରାଚୀନ ପରମ୍ପରାକୁ ପ୍ରତିଫଳିତ କରେ ଯାହା ହଜାର ହଜାର ବର୍ଷରୁ ଅଧିକ ପୁରୁଣା ।
ZHN6XQ4N.jpeg)
କାଶୀ ତାମିଲ ସଙ୍ଗମମ ପଦକ୍ଷେପ ପାଇଁ ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି ଯେ ଏହି ମହାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ‘ଏକ ଭରତ ଶ୍ରେଷ୍ଠ ଭାରତ’ର ଦର୍ଶନ ସାକାର ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ଖେଳାଳିଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖାଯାଉଛି, ସେହି ଉତ୍ସାହ ଉତ୍ତରପ୍ରଦେଶ ଏବଂ ତାମିଲନାଡୁର ଅଂଶଗ୍ରହଣକାରୀ ଦଳର ଖେଳାଳିଙ୍କ ମଧ୍ୟରେ ମଧ୍ୟ ଦେଖାଯାଉଛି ।
ଶ୍ରୀ ଠାକୁର ଏହା ମଧ୍ୟ କହିଛନ୍ତି ଯେ ତାମିଲନାଡୁର ଲୋକମାନେ କେବଳ “କାଶୀ ବିଶ୍ୱନାଥ” ପରିଦର୍ଶନ କରିବାର ସୁଯୋଗ ପାଇନାହାଁନ୍ତି ବରଂ ଏହି ସ୍ଥାନର କଳା ଓ ସଂସ୍କୃତି ସହିତ ମଧ୍ୟ ପରିଚିତ ହେଉଛନ୍ତି, ଯାହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁର ସମସ୍ତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ।