ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ ମହଙ୍ଗା ହେବା ପରେ ଏବେ ଲେମ୍ବୁ ଦର ଆକାଶଛୁଆଁ ମହଙ୍ଗା ହୋଇଛି । ରାଜସ୍ଥାନ କୋଟାରେ ଲେମ୍ବୁର ମୂଲ୍ୟ ସେଓଠାରୁ ଅଧିକ ମହଙ୍ଗା ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଲେମ୍ବୁ କିଲୋ ପିଛା ୫୦-୭୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୨୫୦-୨୮୦ ଟଙ୍କାକୁ ବୃଦ୍ଧି ପାଇଛି । ମୂଲ୍ୟ ବୃଦ୍ଧି ସହିତ ଲୋକମାନେ ଲେମ୍ବୁ କିଣିବା ମଧ୍ୟ କମାଇ ଦେଇଛନ୍ତି । ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସହ ପନିପରିବା ମଧ୍ୟ ମହଙ୍ଗା ହୋଇଛି ।