ଆଜିଠାରୁ ୧୫ ଯାଏ ବିନା ପ୍ରବେଶ ଶୁଳ୍କରେ ଦେଖିହେବ ତାଜମହଲ-କୋଣାର୍କ

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି….

ନୂଆଦିଲ୍ଲୀ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍‌ ଇଣ୍ଡିଆ ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ । ଅର୍ଥାତ ଯେ କୌଣସି ବି ବ୍ୟକ୍ତି ଏସବୁ ସ୍ମାରକ ଭିତରକୁ ମାଗଣାରେ ଯାଇପାରିବେ । ମିଳିଥିବା ସୂଚନା ମୁତାବକ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ ବୁଧବାର ଏହି ସୂଚନା ଦେଇଛନ୍ତି ।