ପଞ୍ଜାବ ଜେଲରେ ଗୋଷ୍ଠୀ ସଂଘର୍ଷ: ଦୁଇ କୈଦୀ ମୃତ
ବଠିଣ୍ଡା ନିବାସୀ କେଶବକୁ ତରତ ତାରନସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତି କରାଯ।।ଇଛି…
ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇ ଜେଲରେ ଦିନ କାଟୁଥିବା ବିଚାରାଧୀନ କଏଦୀଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିବା ଫଳରେ ଦୁଇଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଅସୁସ୍ଥ ହୋଇ ଜଣେ କଏଦୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ମୁତାବକ ରବିବାର ଅପରାହ୍ଣ ପ୍ରାୟ ତିନିଟାରେ ତରନ ତାରଣ ଅନ୍ତର୍ଗତ କେନ୍ଦ୍ରୀୟ କାରାଗାରରେ ମୁସେବାଲାଙ୍କ ହତ୍ୟା ଅଭିଯୁକ୍ତମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ ଆକ୍ରମଣ କରିବା ଫଳରେ ରୟା ନିବାସୀ ଦୁରାନ୍ ମନଦୀପ ସିଂହ ତୁଫାନ ଓ ବୁଢ଼ଲାଡା ନିବାସୀ ମନମୋହନ ସିଂହ ମୋହନା ପ୍ରାଣ ହରାଇଥିଲେ । ବଠିଣ୍ଡା ନିବାସୀ କେଶବକୁ ତରତ ତାରନସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତି କରାଯ।।ଇଛି ।
ସୂଚନା ମୁତାବକ ଅଭିଯୁକ୍ତ କେଶବକୁ ଦିଲ୍ଲୀ ପୁଲିସର ଗୋଟିଏ ଦଳ ଗୁଜରାଟର ମୁନ୍ଦ୍ରା ଅଂଚଳରୁ ଗିରଫ କରିଥିଲା । ଗ୍ୟାଙ୍ଗଷ୍ଟର ମନମୋହନ ମୋହନା ମୁସେୱାଲାଙ୍କୁ ହତ୍ୟା କରିବା ପୂର୍ବରୁ ରେକି କରିଥିଲା । ମୁସେୱାଲାଙ୍କୁ ମାରିବା ପାଇଁ ମନଦୀପ ତୁଫାନକୁ ମୋଟାଅଙ୍କ ଦିଆଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ପଞ୍ଜାବ ପୁଲିସ ଅଭିଯୁକ୍ତ ତୁଫାନକୁ ଧରିଥିଲା।