ଗାଙ୍ଗୁଲି ଇସ୍ତଫା ଦେଇନାହାନ୍ତି: ଜୟ ଶାହା
ତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗାଙ୍ଗୁଲି ଲେଖିଛନ୍ତି ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ବହୁତ ଲୋକ ଉପକୃତ ହେବେ । ମୁଁ ଆଶା କରୁଛି ଯେ, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ । ତାଙ୍କର ଏହି ଟୁଇଟକୁ ନେଇ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେବାକୁ ଯାଉଥିବା କୁହାଯାଉଛି ।
ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୨୦୨୨ ସେପ୍ଟେମ୍ବରରେ ସରିବାକୁ ଯାଉଛି । ହେଲେ ବିସିସିଆଇ ସଂପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି । ତେବେ ଗାଙ୍ଗୁଲିଙ୍କ ଟୁଇଟ୍ ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ଗାଙ୍ଗୁଲି ଲେଖିଛନ୍ତି, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ ।