ପୁଣି ମହଙ୍ଗା ହେଲା ଗ୍ୟାସ୍ ଦର

ଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ର ସମ୍ମୁଖିନ ହେବେ…

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଗତ କିଛି ଦିନର ବ୍ୟବଧାନ ପରେ ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ର ସମ୍ମୁଖିନ ହେବେ । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନର ଦରବୃଦ୍ଧି ଯୋଗୁ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ୍‌ ୧୦୫୩ ଟଙ୍କା ରହିଛି । ସେପଟେ ବ୍ୟବସାୟୀକ ସିଲିଣ୍ଡରର ଦାମ୍‌ ହ୍ରାସ କରାଯାଇଥିବା କୁହାଯାଇଛି । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୮.୫୦ ପଇସା ହ୍ରାସ ପାଇଛି ।