ନୂଆଦିଲ୍ଲୀ: ଅଦାନୀଙ୍କ ବେଳା ଅତି ଖରାପ ଚାଲିଛି । ଅଦାନୀ ଗ୍ରୁପ ଉପରେ ଚଡ଼କ ପଡ଼ିବା ବନ୍ଦ ହୋଇନି । ଫଟକା ବଜାରରେ ଅଦାନୀ ଗ୍ରୁପକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା ବେଳେ ଆଜି ୟୁପି ସରକାରଙ୍କ ସ୍ମାର୍ଟ ମିଟର ଲଗାଇବା କାମଟି ହାତଛଡ଼ା ହୋଇଯାଇଛି ।
ୟୁପିର କେତୋଟି ଜିଲ୍ଲାରେ ଅଦାନୀଙ୍କ କମ୍ପାନୀକୁ ୫୪୫୪ କୋଟି ଟଙ୍କାର ସ୍ମାର୍ଟ ମିଟର ଲଗାଇବା କାମ ମିଳିବାର ଥିଲା । ସୂଚନା ମୁତାବକ ୟୁପିର ମଧ୍ୟାଂଚଲ ପାୱାର କର୍ପୋରେସନ୍ ପକ୍ଷରୁ ସ୍ମାର୍ଟ ମିଟର ଲଗାଇବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଟେଣ୍ଡର ଦୌଡ଼ରେ ଅଦାନୀ ସମେତ ଜିଏମ୍ଆର, ଏଲ୍ଆଣ୍ଡ୍ଟି ସମେତ ବହୁ କମ୍ପାନୀ ଯୋଗ ଦେଇଥିଲେ । କୁହାଯାଉଛି ନିଲାମ ପ୍ରକ୍ରିୟାରେ ଶେଷ ପର୍ଯ୍ୟାୟରୁ ଅଦାନୀ ବାଦ୍ ପଡ଼ିଛି । ୟୁପିରେ ଅଢେ଼ଇ କୋଟି ସ୍ମାର୍ଟ ମିଟର ଲଗାଇବା ବାବଦକୁ ୨୫,୦୦୦ କୋଟି ଟଙ୍କାର ବେପାର ହୋଇଥାନ୍ତା ।