ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଜିନ୍‌ପିଙ୍ଗ

ନୂଆଦିଲ୍ଲୀ: ଚୀନ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ନିଜର ବିସ୍ତାରବାଦୀ ନୀତି ପାଇଁ ହୀନ କାର୍ଯ୍ୟ କରିବାରେ ବ୍ୟସ୍ତ । ଅନ୍ୟ ଦେଶକୁ ହଡପ କରିବାରେ ଚୀନର ଭୋକ ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ନିଜ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି । ସେ କହିଛନ୍ତି ଯେ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ତାଇୱାନକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ କରୁଥିବାବେଳେ ଚୀନ ଏବେ ଦେଶର ଗରିବ ଲୋକଙ୍କୁ ନିଜର ଋଣଜାଲରେ ଫସାଉଛି । ଅନ୍ୟପକ୍ଷରେ ନିଜ ସେନାକୁ ଆଧୁନିକିକରଣ କରିବା ଆରମ୍ଭ କରିଛି । ସେହିପରି ଯୁଦ୍ଧକୁ ଦୃଷ୍ଟିରେ ରଖି ୩ ଲକ୍ଷ ସେନାରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ ।