ଥିରୁବନ୍ତପୁରମ୍ : ହାଇକୋର୍ଟ ନିଲମ୍ବିତ ଆଇଏଏସ ଏମ ଶିବଶଙ୍କରଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । କେରଳ ସୁନା ସ୍ମଗଲିଂ ମାମଲାରେ ଜାମିନ ଆବେଦନ ଖାରଜ ପରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଆୟୁର୍ବେଦ ହସ୍ପିଟାଲରେ ପହଞ୍ଚି ସେଠାରୁ ତାଙ୍କୁ ଗିରଫ କରିଥବା ଜଣାପଡିଛି । ଶିବଶଙ୍କରଙ୍କୁ ଗିରଫ କରି ସେଠାରୁ ଏର୍ଣ୍ଣାକୁଲମ ନିଆଯାଇଛି ।

ସୂଚନା ଅନୁସାରେ, ସୀମା ଶୁଳ୍କ ବିଭାଗ ଗତ ଜୁଲାଇ ୫ରେ ୧୫ କୋଟି ଟଙ୍କା ମୂଲ୍ୟର ୩୦ କେଜି ସୁନା ଜବତ କରିଥିଲା । ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ), ସୀମା ଶୁଳ୍କ ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ କେନ୍ଦ୍ରୀୟ ଏଜେନ୍ସୀ ଏହି ମାମଲାର ଅଲଗା ଅଲଗା ଯାଞ୍ଚ କରୁଥିଲେ ।