ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ମିଳିବ ଖାଦ୍ୟ

ନୂଆଦିଲ୍ଲୀ: ଏବେ ଘରୋଇ ବିମାନରେ ଯାତ୍ରୀଙ୍କୁ ମିଳିବ ଖାଦ୍ୟ । ଏନେଇ ବିଭିନ୍ନ ବିମାନ କମ୍ପାନୀଗୁଡ଼ିକ ଯାତ୍ରୀଙ୍କୁ ପୁନର୍ବାର ଖାଦ୍ୟ ଯୋଗାଇବାରେ ସକ୍ଷମ ହେବେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଘରୋଇ ବିମାନରେ ଯାତ୍ରୀଙ୍କୁ ଖାଦ୍ୟ ମିଳିବା ନେଇ ନେଇ ଅନୁମତି ମିଳିଛି । ଏହାସହବିମାନ ଯାତ୍ରୀଙ୍କୁ ଅନ୍ୟାନ୍ୟ ପଠନ ସାମଗ୍ରୀ ଯୋଗାଇବାକୁ ମନ୍ତ୍ରଣାଳୟ ଅନୁମୋଦନ କରିଛି । ସୂଚନାଥାଉକି କରୋନା ମହାମାରୀ ଯୋଗୁ ଘରୋଇ ବିମାନରେ ଖାଦ୍ୟ ଏବଂ କୌଣସି ପଠନ ସାମଗ୍ରୀ ଯୋଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ବିମାନ କମ୍ପାନୀଗୁଡିକ ଘରୋଇ ବିମାନରେ ଯାତ୍ରୀମାନଙ୍କୁ କୌଣସି ପ୍ରତିବନ୍ଧକ ବିନା ଖାଦ୍ୟ ଯୋଗାଇ ପାରିବେ