ପୁରୀ : ଖୁବଶୀଘ୍ର ପୁରୀରେ ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଦୃଢ଼ ସଂକଳ୍ପବଧ । ଏହି ସୂଚନା ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଏକ ଟିମ୍ ଜୁନ୍ ୨୦୨୧ରେ ପୁରୀ ପରିଦର୍ଶନ କରି ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ସ୍ଥାନର ପ୍ରାରମ୍ଭିକ ଅନୁଧ୍ୟାନ କରିଥିଲେ ।
ସେହିପରି ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।