ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ନିକଟ ଏଲଓସି ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ହେବାରୁ ଜଣେ ଆର୍ମି କ୍ୟାପଟନ ଓ ଜେସିଓ ସହିଦ ହୋଇଛନ୍ତି । ସେହିପରି ସ୍ଥଳ ସେନାର ୪ ଜଣ ଯବାନ ଆହତ ହୋଇଛନ୍ତି । ସ୍ଥଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା ।