୭ ହଜାର ରନ କ୍ଲବରେ ସାମିଲ ହେଲେ ଧୋନୀ

ମୁମ୍ବାଇ: ଆଇପିଏଲ-୨୦୨୨ ୧୫ ତମ ସଂସ୍କରଣରେ ଲକ୍ଷେ୍ନø ବିପକ୍ଷ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ୧୬ ରନ କରି ଏକ ବଡ ରେକର୍ଡ ହାସଲ କରିଛନ୍ତି । ଲକ୍ଷେ୍ନø ବିପକ୍ଷରେ ଧୋନୀ ୬ ବଲରୁ ୧୬ ରନ୍‌ କରିଥିଲେ । ଏହାସହ ସେ ଅନ୍ତର୍ଜାତୀୟ, ଘରୋଇ ଓ ଆଇପିଏଲ ଟି୨୦ ଫର୍ମାଟରେ ୭୦୦୦ ରନ ପୂରଣ କରିଛନ୍ତି । ସେ ମୋଟ ୩୪୯ ମ୍ୟାଚ୍‌ ଖେଳି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଏପରି ରେକର୍ଡ କରିଥିବା ସେ ହେଉଛନ୍ତି ପ୍ରଥମ ୱିକେଟ କିପର । ୭୦୦୦ ରନ୍‌ ପୂରଣ କରିବା ପରେ ଧୋନୀ ଷଷ୍ଠ ବ୍ୟାଟର ଭାବେ ଏହି ମାଇଲଷ୍ଟୋନ୍‌ ପ୍ରତିଷ୍ଠା କରିଛନ୍ତି । ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ସୁରେଶ ରାଇନା ଓ ରବିନ ଉଥାପ୍ପା ଏହି କାରନାମା କରିଛନ୍ତି ।