ଆଙ୍ଗୁଳି ଟିପରେ ୪୫ ପୁଶ-ଅପ କରି ଗିନିଜ ରେକର୍ଡ
ଆଙ୍ଗୁଳିଟିପରେ ପୁଶ ଅପ କରିବା ସମୟରେ ସେ ପ୍ରତ୍ୟେକଥର ଆଙ୍ଗୁଳି ଟିପରେ ତାଳି ମଧ୍ୟ ମାରୁଥିଲେ….
ପଞ୍ଜାବ : ପଞ୍ଜାବ ଗୁରୁଦାସପୁର ଜିଲ୍ଲା ଉମରୱାଲା ଗାଁର କୁୱଁର ଅମ୍ରିତବୀର ସିଂହ ନାମକ ଜଣେ ୨୦ ବର୍ଷୀୟ ଯୁବକ ଆଙ୍ଗୁଳିଟିପରେ ସର୍ବାଧିକ ପୁଶ-ଅପ କରି ଗିନିଜ ରେକର୍ଡ କରିଛନ୍ତି । ଏକ ମିନିଟରେ ସେ ୪୫ଟି ପୁଶ ଅପ୍ କରି ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଆଙ୍ଗୁଳିଟିପରେ ପୁଶ ଅପ କରିବା ସମୟରେ ସେ ପ୍ରତ୍ୟେକଥର ଆଙ୍ଗୁଳି ଟିପରେ ତାଳି ମଧ୍ୟ ମାରୁଥିଲେ । ରେକର୍ଡ ସ୍ଥାପନ କରିବା ଲାଗି ୨୧ଦିନ ଧରି ଘରେ ଦିନକୁ ୪ ଘଣ୍ଟା ଲେଖାଏଁ ଏଥିପାଇଁ ଅଭ୍ୟାସ କରୁଥିଲେ ।
ସିଂହ କହିଛନ୍ତି ମୁଁ କେବେହେଲେ ପ୍ରୋଟିନ ସପ୍ଲିମେଣ୍ଟ ବ୍ୟବହାର କରେନାହିଁ । କେବଳ ଘର ଖାଦ୍ୟ ଖାଇଥାଏ । ସିଂହଙ୍କର ନାମ ପୂର୍ବରୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ବି ସ୍ଥାନ ପାଇଛି । ୨୦୨୦ ମସିହା ଜୁଲାଇ ମାସରେ ସେ ପୁଶଅପ କରି ଏହି ରେକର୍ଡ ହାସଲ କରିଥିଲେ ।