ଅହମ୍ମଦାବାଦ: କୁହାମୁଣ୍ଡା କପିଳା ଅଟନ୍ତି ଆମ ପ୍ରଧାନମନ୍ତ୍ରୀ । କ୍ଷମତାକୁ ଯିବା ପରଠାରୁ ଖାଲି ବାହାପିଆ କଥା କହୁଛନ୍ତି; କାମରେ ଶୂନ । ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାର ତାକତ୍ ନାହିଁ; ନିଜ ରାଜ୍ୟରେ ମୁହଁ ଫୁଟାଣି ମାରି ଚାଲିଛନ୍ତି । ଶୁକ୍ରବାର ଗୁଜରାଟର ହଜିରାରେ ୬୦ ହଜାର କୋଟି ଟଙ୍କା ବିନିମୟରେ ଏକ ଷ୍ଟିଲ କମ୍ପାନୀର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଷ୍ଟିଲ୍ ପ୍ରକଳ୍ପରେ କେବଳ ବିଦେଶୀ ପୁଞ୍ଜି ବିନିଯୋଗ କରାଯିବନି, ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ବହୁ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ।
ଆଗାମୀ ଦୁନିଆ ପାଇଁ ବାଟ ଖୋଲିଯିବ । ସାରା ଦୁନିଆ ଏବେ ଭାରତ ଉପରେ ଦୃଷ୍ଟି ପକାଇଛି । ଭାରତଠାରୁ ସେମାନେ ବହୁୁତ କିଛି ଆଶା କରୁଛନ୍ତି । ବହୁ ବିଦେଶୀ କମ୍ପାନୀ ଏବେ ଭାରତରେ ଉତ୍ପାଦନଭିତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ । ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।
ବିଜେପି ମେଂଟ କ୍ଷମତାକୁ ଯିବା ପରଠାରୁ ଇସ୍ପାତ୍ ଶିଳ୍ପ ପ୍ରତି ଅଧିକ ଦୃଷ୍ଟି ଦେଇ ଆସୁଛନ୍ତି । ଷ୍ଟିଲ୍ କ୍ଷେତ୍ରର ବିକାଶ ଘଟିଲେ, ଭିତିଭୂମି କ୍ଷେତ୍ର ଶକ୍ତିଶାଳୀ ହୋଇପାରିବ । ଭିତିଭୂମି କ୍ଷେତ୍ରର ବିକାଶ ଘଟିଲେ ଅନ୍ୟ ସବୁ କ୍ଷେତ୍ରଗୁଡ଼ିକର ବିକାଶ ହେବ । ଗୁଜରାଟ ସରକାରଙ୍କ ଉଦାର ଶିଳ୍ପ ନୀତି କାରଣରୁ ଆଗାମୀ ଦିନରେ ଗୁଜରାଟ ଭାରତର ବିଶାଳ ଉତ୍ପାଦନ କେନ୍ଦ୍ର ପାଲଟିବ ।