ହାତକୁ ଦି ହାତ ହେଲେ ଅଭିନେତ୍ରୀ ମହାଲକ୍ଷ୍ମୀ

ଏହା ପୂର୍ବରୁ ସେ ଅନିଲଙ୍କ ସହ ବିବାହ କରିଥିଲେ….

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ରବୀନ୍ଦ୍ର ଚନ୍ଦ୍ରଶେଖର ଏବଂ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ମହାଲକ୍ଷ୍ମୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି । ଅଭିନେତ୍ରୀ ମହାଲକ୍ଷ୍ମୀ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ଅନିଲଙ୍କ ସହ ବିବାହ କରିଥିଲେ । ଶେଷରେ ଦୁହେଁ ଅଲଗା ହୋଇଥିଲା ।

ଏବେ ମହାଲକ୍ଷ୍ମୀ ନିଜ ସାଥୀ ଭାବେ ରବୀନ୍ଦ୍ରଙ୍କୁ ବାଛିଛନ୍ତି । ରିପୋର୍ଟ ଅନୁସାରେ ଫିଲ୍ମ ‘ବିଦିୟୁମ ବରଇ କାଥିରୁ’ ସମୟରେ ଦୁହେଁ ପରସ୍ପରକୁ ଭେଟିଥିଲେ । ଏହିପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାଲକ୍ଷ୍ମୀ ଦକ୍ଷିଣ ଭାରତର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।