ନୂଆଦିଲ୍ଲୀ : ପାକିସ୍ତାନର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସୟଦକୁ ୩୧ ବର୍ଷ କାରାଦଣ୍ଡ ହୋଇଛି । ସେହିପରି ହାଫିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମଧ୍ୟ ଅଦାଲତ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ହାଫିଜର ଦୁଇଟି ଆତଙ୍କବାଦି ସଙ୍ଗଠନ ରହିଛି । ଏହି ଦୁଇ ଆତଙ୍କବାଦୀ ସଙ୍ଗଠନ ୨୦୦୮ରେ ମୁମ୍ବାଇରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତାହତ ହୋଇଥିଲେ ।
ଅନ୍ୟପକ୍ଷରେ ୨୦୨୦ ମସିହାରେ ଆତଙ୍କବାଦୀ ପାଇଁ ଟଙ୍କା ବିନିଯୋଗ କରିବା ମାମଲାରେ ଅଦାଲତ ହାଫିଜକୁ ଦୋଷୀ ଘୋଷଣା କରିଥିଲା । ପାକିସ୍ତାନର ଆତଙ୍କ ନିରୋଧି ଅଦାଲତ ଦୁଇଟି ଅଲଗା ଅଲଗା ମାମଲା ପାଇଁ ହାଫିଜକୁ ସାଢେ ପାଞ୍ଚ ବର୍ଷ ଲେଖାଏଁ ଜେଲ ଦଣ୍ଡ ଘୋଷଣା କରିଛି ।